ଏସ୍‌.ବି.ଆଇ ଓ ଉଠାଦୋକାନୀ ମହାସଂଘ ପି.ଏମ୍‌. ସ୍ୱନିଧି ଯୋଜନା ଉପରେ ଆଲୋଚନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ୟୁନିଟ୍‌-୧, ଓଡ଼ିଶା ଏସ.ବି.ଆଇ. ମୁଖ୍ୟ କାର୍ଯ୍ୟାଳୟ ଠାରେ ନିଖିଳ ଓଡ଼ିଶା ରାସ୍ତା ପାଶ୍ୱର୍ ଉଠାଦୋକାନୀ ମହାସଂଘ, ଏନ୍‌.ଏଚ.ଏଫ୍ କର୍ମକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଉପରେ ଏସ୍‌.ବି.ଆଇର ଓଡ଼ିଶା ମୁଖ୍ୟ ରମେଶ ଯାଦବ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ଯାଦବ କହିଲେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଓଡ଼ିଶାରେ ଥିବା ପ୍ରତ୍ୟେକ ଉଠାଦୋକାନୀମାନେ ୧୦ହଜାର ଟଙ୍କା ଋଣ ନେଇ ଦୋକାନ କରିବେ ଏହାକୁ ସୁଝି ସାରିଲା ପରେ ୨୦ହଜାର ଟଙ୍କା ଓ ପୁଣି ସୁଝି ସାରିଲା ପରେ ୫୦ହଜାର ଟଙ୍କା ଏହିଭଳି ଭାବରେ ଅର୍ଥ ନେଇପାରିବେ । ଏଥିରେ କୌଣସି ଅସୁବିଧା ହେବ ନାହିଁ । ଯଦି କୌଣସି ଅସୁବିଧା ହୁଏ ତାହେଲେ ଆପଣମାନେ ସିଧା ମୋତେ ଯୋଗାଯୋଗ କରିପାରିବେ । ଏବଂ ମହିଳା ଏସି./ଏସ୍‌.ଟି ଉଠାଦୋକାନୀମାନେ ସହଜରେ ଋଣ ନେଇପାରିବେ । ଏହି ଆଲୋଚନାରେ ପୁରୀ, ଖୋର୍ଦ୍ଧା ଓ କଟକ ଜୋନ୍‌ର ମୁଖ୍ୟ ସଞ୍ଜୟ ଝା କହିଲେ ଏହି ତିନୋଟି ଜିଲ୍ଲାରେ ଥିବା ଏସ.ବି.ଆଇ ଶାଖାଗୁଡ଼ିକରୁ ଆପଣମାନେ ଚାହିଁଲେ ସହଜରେ ଋଣ ନେଇପାରିବେ । ଏହି କାର୍ଯ୍ୟକ୍ରମରେ ମହାସଂଘର ସଭାପତି ପ୍ରତାପ କୁମାର ସାହୁ ଯୋଗଦେଇ ଉଠାଦୋକାନୀମାନଙ୍କର ଋଣ ନେଉଥିବା ସମୟରେ ଅସୁବିଧାଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଏବଂ ଯେଉଁ ଦୋକାନୀ ଋଣ ନେଲାପରେ ସୁଝିବା ସମୟ ମଧ୍ୟରେ ମ୍ୟୁନସିପାଲଟି, ମହାନଗର ନିଗମ ଓ ଏନ.ଏ.ସି. ସେମାନଙ୍କର ଦୋକାନ ଭାଙ୍ଗିଦେଉଛନ୍ତି ସେମାନେ ଆଉ ଋଣ ସୁଝି ପାରୁନାହାଁନ୍ତି ଯାହାଫଳରେ କି ଦୋକାନୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାର୍ଯ୍ୟକ୍ରମରେ ମହାସଂଘର ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ, ସୁଦର୍ଶନ ପୃଷ୍ଟି, ଶୁଭଲକ୍ଷ୍ମୀ ମହାନ୍ତି, ପ୍ରଭାତି ସାହୁ, ସସ୍ମିତା ସାହୁ, ସାବିତ୍ରୀ ସାହୁ, ଭାରତୀ ସେଠୀ, ସୂର୍ଯ୍ୟମଣୀ ସାହୁ, ସତ୍ୟସୁନ୍ଦର ମହାପାତ୍ର, ଜଗବନ୍ଧୁ ପ୍ରମୁଖ ୧୦୦ଟି ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ ଏବଂ ଏସ୍‌.ବି.ଆଇ ର ବହୁ ଅଧିକାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ