ପୋଡାପଦର ଠାରେ ମୋ ଗାଁରେ ତହସିଲ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ତହସିଲ ଅନ୍ତର୍ଗତ ପୋଡାପଦର ଗ୍ରାମ ପଞ୍ଚାୟତର ପୋଡାପଦର ଗ୍ରାମର ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ନେତୃତ୍ୱରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଏହି କାର୍ଯ୍ୟକ୍ରମରେ ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡାଙ୍କ ସମେତ ସମିତିସଭ୍ୟା ଏବଂ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ରହି ପଞ୍ଚାୟତ ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଉପସ୍ଥାପନା କରିବାରେ ସହଯୋଗ କରିଥିଲେ । ଏହି ଶିବିରରେ ପଞ୍ଚାୟତର ୨୦୧ଜଣ ହିତାଧିକାରୀଙ୍କ ଅଭିଯୋଗ ପଂଜିକରଣ ହୋଇଥିବା ବେଳେ ୧୧୦ଜଣ ହିତାଧିକାରୀଙ୍କ ବିଭିନ୍ନ ମାମଲାର ଫଇସଲା ହୋଇଥିଲ।। ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଓ ରାକେଶ ନାହାକ, ପୋଡାପଦର ଆରଆଇ ସନ୍ତୋଷ ବିଷୋୟୀଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ପରିଚାଳନା କରିଥିଲେ ।


