ଗରାପୁର ହନୁମାନ ମନ୍ଦିରରେ ମାଗଣା ଚକ୍ଷୁଚିକିତ୍ସା ଶିବିର

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍‌): ଉଦ୍ୟମ ସ୍ୱେଛାସେବୀ ସଂଗଠନ,ମା’କୁମ୍ଭିମଙ୍ଗଳା ଯୁବ ପରିଷଦ ଓ ମା’କନକଦୁର୍ଗା ଯୁବ ପରିଷଦର ମିଳିତ ଆନୁକୁଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ହନୁମାନଜୀଉ ମନ୍ଦିର ସନ୍ନିକଟ ଦାତବ୍ୟ ଚିକିତ୍ସାଳୟ ପରିସରରେ ଶୁକ୍ରବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ଜେ.ପି.ଏମ.ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସହ ଯୋଗରେ ଆୟୋଜିତ ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରକୁ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟିତ କରିଥିବା ବେଳେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଆଶ୍ରମର ସେବକ ବାବା ଚେତନାନନ୍ଦ ଦାଶ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏହି ଶିବିରର ଆୟୋଜନ ଫଳରେ ସ୍ଥାନୀୟ ଲୋକମାନେ ସେମାନଙ୍କ ଚକ୍ଷୁ ପରୀକ୍ଷା ନିମନ୍ତେ ମାଗଣା ସୁବିଧା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଚକ୍ଷୁ ଚିକିତ୍ସା ଶିବିରରେ ୭୦ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ୧୪ଜଣଙ୍କୁ ସେମାନଙ୍କ ଚକ୍ଷୁ ଅସ୍ତ୍ରୋ୍ରପ୍ରଚାର ନିମନ୍ତେ କଟକସ୍ଥିତ ଜେ.ପି.ଏମ.ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଯୁବନେତା ପ୍ରମୋଦ ପ୍ରଧାନ,ସରପଂଚ ଗାୟତ୍ରୀ ମହାନ୍ତି,ପୂର୍ବତନ ସରପଂଚ ଅଭିମନ୍ୟୁ ଗୋଛାୟତ,ତ୍ରିଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିବିର ପରିଚାଳନାରେ ଉଦ୍ୟମ ସ୍ୱେଛାସେବୀ ସଂଗଠନ, ମା’କୁମ୍ଭିମଙ୍ଗଳା ଯୁବ ପରିଷଦ ଓ ମା’କନକଦୁର୍ଗା ଯୁବ ପରିଷଦର ସମସ୍ତ ସଦସ୍ୟ, ଜିଲ୍ଲା ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ