ପ୍ରାୟଶ୍ଚିତ ସପ୍ତାହ ଉପଲକ୍ଷେ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଉପବାସ ଓ ଧାରଣା

କଟକ, (ଯୁଗାବ୍ଦ ନ୍ୟୁଜ):ନବୀନଙ୍କ ଅପାରଗ ଓ ଭ୍ରଷ୍ଟାଚାର ସରକାରର ଅନ୍ତ ଘଟାଇବା ପାଇଁ ବିଶେଷକରି ନବୀନଙ୍କ କୁଶାସନ ଆମେ କାହିଁକି ସହିଲୁ ଏଥିନେଇ ନବନିର୍ମାଣ ସ୍ୱରାଜ ସରକାରର ଆବାହକ ଅକ୍ଷୟ କୁମାର ଅଗଷ୍ଟ ୯ରୁ ୧୫ କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ଚାଲିଥିବା ଅନଶନକୁ ସମର୍ଥନ ଜଣାଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଉପବାସ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି ।କଟକ ଜିଲ୍ଲା ସଭାପତି ବିଚିତ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଧାରଣା ଓ ଉପବାସ ସଭାରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଥିଲେ । ଶ୍ରୀ ନନ୍ଦ କହିଥିଲେ ଯେ, ନବୀନଙ୍କ ଶାସନରେ ଦୁର୍ନୀତି ନୀତିରେ ପରିଣତ ହୋଇଛି । ଓଡ଼ିଶା ଶାସନର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗରେ ଦୁର୍ନୀତି ଭରି ରହିଛି । କେବଳ ଖଣିି, ବାଲି, କୋଇଲା ଦୁର୍ନୀତି ନୁହେଁ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ ସବୁ ବିଭାଗରେ ୧୫ରୁ ୨୦ପ୍ରତିଶତ ପିସି କାରବାର ହେଉଛି । ସ୍କୁଲ୍ ଘରେ ରଙ୍ଗ ଦିଆଯିବାରେ କୋଟି କୋଟି ଟଙ୍କା ଅର୍ଥ ଶ୍ରାଦ୍ଧ ଓ ଶିକ୍ଷକଙ୍କ ଦରମା ବୃଦ୍ଧି ହୋଇଥିଲା ବେଳେ ସରକାରୀ ସ୍କୁଲ୍ ତାଲା ପଡ଼ିବାରେ ଲାଗିଛି । ସରକାରୀ ଶିକ୍ଷାନୁଷ୍ଠାନରୁ ଲୋକ ମୁହଁ ଫେରାଇ ନେଉଛନ୍ତି । ବିଦ୍ୟୁତ୍ ଭଳି ସର୍ବନିମ୍ନ ଅତ୍ୟାବଶ୍ୟକ ସେବାକୁ ସରକାର କମ୍ପାନୀ ହାତକୁ ଟେକିଦେବା ପରେ ନବୀନ ପଟ୍ଟନାୟକ ସାଢେ ଚାରିକୋଟି ଓଡ଼ିଆଙ୍କୁ କେତେ ଭଲ ପାଆନ୍ତି, ସେଥିରୁ ପ୍ରମାଣ ମିଳୁଛି । ସେହିଭଳି କୃଷିକ୍ଷେତ୍ର ପ୍ରତି ଅବହେଳା ଚରମ ସୀମାରେ ପହଞ୍ôଚଛି । ବୀମା ଅର୍ଥ କମ୍ପାନୀମାନେ ଲୁଟିବାରେ ଲାଗିଛନ୍ତି । କାଳିଆ ଯୋଜନା ୧୨ ହଜାର କହି ପରେ ତାକୁ ୪ ହଜାରରେ ପରିଣତ କରିଦିଆଗଲା । ଏହା କେବଳ ଚାଷୀମାନଙ୍କ ନମ୍ର ଆଚରଣ ପାଇଁ ସମ୍ଭବ ହୋଇଛି ।ବିଶିଷ୍ଟ ଅଧିବକ୍ତା କ୍ଷୀରୋଦ ରାଉତ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ଚାଷୀମାନେ ଚାହିଁଲେ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ କରିପାରିବେ । ଏଥିପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହାକୁ ଫଳବତୀ କରିବାକୁ ସମସ୍ତେ ଲାଗିପଡ଼ିବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଉପବାସ ଓ ଧାରଣା ସଭାରେ ଜିଲ୍ଲା ସହ ସଂଯୋଜକ କୃଷ୍ଣ ବେହେରା, ସଂଗ୍ରାମ କିଶୋର ସ୍ୱାଇଁ, ସରୋଜ ସାହୁ ପ୍ରମୁଖ ବକ୍ତବ୍ୟ ଦେଇ ଓଡ଼ିଶା ଚାଷୀଙ୍କ ଅର୍ଥନୈତିକ, ଦାରିଦ୍ର‌୍ୟ ଓ ପଛୁଆପଣ ପାଇଁ ନବୀନଙ୍କ କୁଶାସନକୁ ଦାୟୀ କରିଥିଲେ । ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଦୃଢ ବିକଳ୍ପ ଦିଆଯିବ ବୋଲି ସେମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଟାଧାରୀ ଲେଙ୍କା, ହୃଷିକେଶ ରାଉତ, ପ୍ରଫୁଲ୍ଲ ମହାପାତ୍ର, ରୁପେନ୍ଦ୍ର ରାଉତ, ସୁଧୀର ଛୋଟରାୟ, ସୁବାସ ଯତି, ମନୋଜ ସ୍ୱାଇଁ, ଅଜୟ ସାମନପ୍ତରାୟ ପ୍ରମୁଖ ସାମିଲ୍ ଥିଲେ । ସଭା ପରେ ଏହି ଶାସନରେ ହସ୍ତକ୍ଷେପ ପାଇଁ ଜିଲ୍ଲାପାଳଙ୍କ ମାଧ୍ୟରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ