ଆଇ.ସି.ଆର.ପି ମହିଳା ସଂଘ ପକ୍ଷରୁ ୫ଦଫା ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପାଞ୍ଚ ଦଫା ଦାବି କରି ଓଡ଼ିଶା ରାଜ୍ୟ ଆଇ.ସି.ଆର.ପି ମହିଳା ସଂଘ,ବାଲେଶ୍ୱର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ଗୁଡ଼ିକ ମଧ୍ୟରୁ ପଞ୍ଚାୟତରେ ସୋସିଆଲ ଅଡିଟର ପଦବୀ ସୃଷ୍ଟି କରି ଆଇ ସି ଆର ପି ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା,ସେମାନଙ୍କୁ ୧ ମାସ କିମ୍ବା ୨ ମାସ କାମ ଦିଆଯାଉଥିବା ବେଳେ ୧୨ମାସ ୩୬୫ ଦିନ କାର୍ଯ୍ୟରେ ନିୟୋଜିତ କରିବା, ସିଧା ସଳଖ କୃଷୀମିତ୍ର,ପାଣିମିତ୍ର ଦିଆଯିବା, ପଞ୍ଚାୟତ ସ୍ତରରେ,ବ୍ଲକ ସ୍ତରରେ ଯେ କୌଣସି କାର୍ଯ୍ୟ ପାଇଁ ଅଗ୍ରାଧିକାର ଦେବା, ତାଲିମ ପ୍ରାପ୍ତ ଆଇ ସି ଆର ପି ମାନଙ୍କୁ ଜୀବିକା ମିଶନ ,ମିଶନ ଶକ୍ତି ଅଧୀନରେ କାର୍ଯ୍ୟ ପ୍ରଦାନ କରାଯିବା ଓ କ୍ୟମ୍ୟୁନିଟି କେଡର ମାନ୍ୟତା ଦେବା ଆଦି ଦାବି କରିଛି ସଂଘ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ