ଆଦର୍ଶ ମୌଳିକ ସାକ୍ଷରତା ମଡେଲ ଓ ଜ୍ଞାନ ପ୍ରାଥମିକ ବିଦ୍ୟାଳୟ ଉଦଘାଟନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶୁକ୍ରବାର ଦିନ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଲ୍ୟାଝୋଳା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବ୍ଳକସ୍ତରୀୟ ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରାଥମିକ ବିଦ୍ୟାଳୟ ( ଏଫ୍ . ଏଲ୍ . ଏନ୍ )ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାନଖେମୁଣ୍ଡି ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ ମୁଖ୍ୟ ବକ୍ତାଏବିଓ ବନିତା ମିଶ୍ର ଶୁକଦେବ ମଲ୍ଲିକ ଯୋଗ ଦେଇଥିବା ବେଳେ ଆୟୋଜିତ ଉଦଘାଟନୀ ସମାରୋହରେ ସରପଞ୍ଚ ଅଳୟ କୁମାର ଦାସ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକପ୍ରଫୁଲ୍ଲ କୁମାରପ୍ରଧାନ ବିଆରସିସି ରାମଚନ୍ଦ୍ର ପଣ୍ଡା ବିଦ୍ଯାଳୟ ପରିଚାଳନା କମିଟି ସଭାପତି କାପଲ ଗୋପାଳ ମଞ୍ଚାସୀନ ରହି ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମନ୍ୱୟ ରେ ଛୋଟ ଛୋଟ ଶିଶୁକୁ ପ୍ରଥମରୁ ସୁଦୃଢ କରିବା ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ ପାଇଥିଲା। ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସମସ୍ତ କ୍ଳଷ୍ଟରର ସିଆରସିସି ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତିରେ ସଭାକାର୍ଯ୍ୟରେ ୨୦୨୬ – ୨୭ ସୁଦ୍ଧା ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଶେଷ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଏହି ଶିକ୍ଷାର ସମସ୍ତ କୌଶଳ ଗୁଡ଼ିକ କିପରି ହାସଲ କରିପାରିବେ ତାହାକୁ ନେଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସିଆରସିସି ଦିଲୀପ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ବିଦ୍ଯାଳୟ ଶିକ୍ଷୟିତ୍ରୀ ଦିବାସିନି ମହାରଣା, ପଦ୍ମିନୀ କୁମାରୀ ପ୍ରଧାନ, ମିନତୀ ପ୍ରଧାନ ,ଅନିତା ପ୍ରଧାନ ଜ୍ୟୋତିର୍ମୟୀ ସାହୁ, ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏଫ ଏଲ ଏନ ସଂପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ