ବିଜୁ ମହିଳା ଜନତା ଦଳ କନ୍ଧମାଳ ପକ୍ଷରୁ ଜିଲା ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା):ବିଜୁ ମହିଳା ଜନତା ଦଳ କନ୍ଧମାଳ ପକ୍ଷରୁ ଜିଲା ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଫୁଲବାଣି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ତଥା ଅତବୀର ବିଧାୟିକା ସ୍ନେହାଗିନୀ ଛୁରିଆ ଯୋଗଦେଇ କନ୍ଧମାଳ ଜିଲାର ପ୍ରତ୍ୟକ ମହିଳା ମାନେ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବ ସେ ନେଇ ବିଜୁ ଜନତା ଦଲର ମହିଳାମାନେ କାମ କରିବାକୁ ଉପଦେଶ ଦେଇଥିଲେ। ଏହା ସହିତ ଜିଲ୍ଲା ରେ ବିଜୁ ମହିଳା ଜନତା ଦଳ ସଂଘଠନକୁ ଆହୁରି ସୃଦୁଢ୍ଢ ହେବ ସେ ନେଇ କାମ କରିବା। ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ତଥ୍ୟ ରଖିବା ସହିତ ଜିଲ୍ଲା ମହିଳା ସଂଘଠନକୁ ସୁଦୃଢ କରିବାପାଇଁ ଗାଁ ଗାଁ ବୁଲି ଲୋକଙ୍କ ପାଖକୁ ଯିବାକୁ କହିଥିଲେ। ରାଜ୍ୟରେ ଯଦି ଆଜି ଗରିବ କାମୁଛି ତା ପଛରେ ମହିଳା ମାନଙ୍କ ରୋଜଗାର କ୍ଷମ ମୁଖ୍ୟ କାରଣ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିହନ ନିଗମ ର ଅଧ୍ୟକ୍ଷ ବିଜୟ ନାୟକ ମହିଳାମାନେ ଯଦି ଆଜି ସମାଜର ମୁଖ୍ୟ ଧାରାକୁ ଆସି ଆର୍ଥିକ ଅଭିବୃଦ୍ଧି ହୋଇପାରିଛନ୍ତି। ତାର ମୁଖ୍ୟ ମାଧ୍ୟମ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଷ୍ଠା ଓ ମହିଳା ମାନଙ୍କ ପ୍ରତି ଅଙ୍ଗୀକାର ବଧ୍ୟାତା। ସ୍ୱାସ୍ଥ୍ୟ, ଶିକ୍ଷା ଠାରୁ ଆରମ୍ଭକରି ମହିଳା ମାନେ ସ୍ୱାବଲମ୍ବୀ ହୋଇ ପରିବାର ପୋଷଣରେ ଆଜି ନିଜର ସହଭାଗୀତାକୁ ପ୍ରମାଣ କରି ଦେଖାଇଛନ୍ତି। ସେହିଭଳି ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣି, ବାଲିଗୁଡା ଓ ଘୁ,ଉଦୟଗିରି ବିଧାୟକମାନଙ୍କ ସହିତ ଏସ.ଡି.ସି ଅଧକ୍ଷ, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ, ରାଜ୍ୟ ମହିଳା ସୋସିଆଲ ମିଡିଆ କର୍ଡ଼ିଂଏତେର ମାନସୀ ସାମନ୍ତରାୟ,ରାଜ୍ୟ ସିନିୟର ମହିଳା ଉପ ସଭାପତି ପ୍ରଭାସିନୀ ନନ୍ଦ, ଜୋନାଲ ମହିଳା ବିଜୁ ଜନତା ଦଳ ସଭାପତି ମମତା ବିଶୋଇ ,ଜିଲା ପରିଷଦ ଅଧକ୍ଷା ନନ୍ଦିନୀ କହଁର,ରାଜ୍ୟ ମହିଳା ଉପ ସଭାପତି ତଥା ଖଜୁରିପଡା ବ୍ଲକ ସଭାନେତ୍ରୀ ଅନିମା କହଁର ଜିଲ୍ଲା ପରିସଦ ଉପ ସଭାପତି ସାଧବାଣୀ ନାୟକ ପ୍ରମୁଖ୍ ଉପସ୍ଥିତ ରହି ଉପସ୍ଥିତ ମହିଳା ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ଏହି ବୈଠକରେ ଜିଲାର 12 ଟି ବ୍ଲକରୁ ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି,ବିଭୀନ୍ୟ ପଂଚାୟତ ସ୍ତରର ମହିଳା ନେତୃମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପୁନମ କହଁର ପରିଚାଳନା କରିଥିଲେ।