ନାଉଗାଁରେ ବିଜେପିର ମିଶ୍ରଣ ପର୍ବ

ନାଉଗାଁ (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକରେ ବିଜେପି ଦଳ ପକ୍ଷରୁ ନାଉଗାଁ ପଂଚାୟତର ଡାମୁଦଣ୍ଡାସ୍ଥିତ ଅଲେଖ ମହିମା ଆଶ୍ରମ ପରିସରରେ ରବିବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ମଣ୍ଡଳ ଜୋନ ସଭାପତି ଶ୍ରୀକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଜାମୁଦଣ୍ଡା ଓ ପାଳପୋଖରୀ ଗ୍ରାମରୁ ୭୨ ପରିବାର ଅନ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ବାସୁଦେବ ନାୟକ,ପୋଲିଆ ନାୟକ,ନନ୍ଦ ଦାସ, ମହେଶ୍ୱର ନାୟକ, ତପନ କୁମାର ସ୍ୱାଇଁ,ଧିର ସେଠୀ,ଗଙ୍ଗୁ ଚରଣ ବାଘ,ରାକେଶ ସ୍ୱାଇଁ,ତାପସ ଦାସଙ୍କ ସମେତ ୭୨ ପରିବାରଙ୍କୁ ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ବିଜେପି ଦଳର ସ୍ୱଛ ଭାବମୂର୍ତି ଓ ସତ୍ୟବ୍ରତ ମହାପାତ୍ରଙ୍କ ଦୃଢ ନେତୃତ୍ୱକୁ ଆସ୍ଥା ପ୍ରକଟ କରି ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ।ତାଙ୍କ ସହିତ ସାଧାରଣ ସଂପାଦକ ଧୃବ ମହାରଣା,ଉପସଭାପତି ସମୀର ସ୍ୱାଇଁ,ମାନସ ସ୍ୱାଇଁ,ବିମ୍ବାଧର ବେହୁରାଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ