ବିଭିନ୍ନ ସ୍ଥାନରେ ବିଘ୍ନ ବିନାଶଙ୍କ ପୂଜା ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବିଘ୍ନ ବିନାଶଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସେଣ୍ଢତୀରାସ୍ଥିତ ଶ୍ରୀ ଗଣେଶ ୟୁଥ୍ କ୍ଲବ ପକ୍ଷରୁ ବିଘ୍ନରାଜଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜା କାର୍ଯ୍ୟରେ ସଞ୍ଜୀବ୍ କୁମାର ଖଣ୍ଡେଇ, ସୁନୀଲ ସେନାପତି, ରଶ୍ମି ରଞ୍ଜନ ସେନାପତି, ଅବିନାଶ ପାଢୀ, ରାଜକିଶୋର ବାରିକ, ଶୁଭରଞ୍ଜନ ଜେନା, ଦେବ ବାରିକଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ, ବନ୍ତ ସରକାରୀ ହାଇସ୍କୁଲ, ବନ୍ତ ବାଳିକା ହାଇସ୍କୁଲ, ନିଳୋକ ହାଇସ୍କୁଲ, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟ, ହରିହର ନୋଡାଲ ଉପ୍ରା ବିଦ୍ୟାଳୟ, ସାଧନା ବିଦ୍ୟା ମନ୍ଦିର, ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଡଚଣ୍ଡି ଉପ୍ରା ବିଦ୍ୟାଳୟ ସମେତ ନିଳୋକ, କୁମ୍ଭାରିଆ ଆଦି ସ୍ଥାନରେ ଏହି ପୂଜା ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ