‘ମୋ ଦଳ’ର ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):‘ମୋ ଦଳ’ର ବାଲେଶ୍ୱର ଜିଲ୍ଲା କମିଟି ଗଠନ ହେବାପରେ ଜିଲ୍ଲାରେ ପ୍ରଥମ ବୈଠକ ଓଡ଼ିଶା ଭବନରେ ଜିଲ୍ଲା ସଭାପତି ଶ୍ରୀ ଅସିତ୍ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଭାରୀ ଡ. କୁଳମଣି ଏବଂ ସହ- ପ୍ରଭାରୀ ଶ୍ରୀ ବିରାଜ ରାଉତଙ୍କ ଉପସ୍ଥିତିରେ ଜିଲ୍ଲା ଏବଂ ପ୍ରତି ବ୍ଲକ୍‌ରେ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଅଛି । ଆଗାମୀ ଦିନରେ ‘ମୋ ଦଳ’ ସଂଗଠନକୁ କିପରି ସୁଦୃଢ଼ କରାଯିବ, ଏସଂପର୍କରେ ବ୍ଲକ୍ ସ୍ତରୀୟ ନେତୃତ୍ୱମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନିଆଯାଇଅଛି । ଏଥିରେ ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ଜିଲ୍ଲା ଉପସଭାପତି ବିଧାନ ରାୟ, ଯୁବ ସଭାପତି, ଅଜିତ୍ ପ୍ରଧାନ, ଯୁବ ସାଧାରଣ ସଂପାଦକ ଅଜିତ୍ ଖାରବେଳ ମହାଳିକ, ମିଡିଆ ସଂଯୋଜକ ଅନୁକୂଳ ବିଶ୍ୱାଳ, ଭାସ୍କରଚନ୍ଦ୍ର ଦଳେଇ, ଭରତ ଚନ୍ଦ୍ର ପରିଡ଼ା, କୃଷକ ସାଧାରଣ ସଂପାଦକ ପୁରସ୍ତମ ସାହୁ ଜିଲ୍ଲା କମିଟି ସଭ୍ୟ ସୁଜିତ୍ କୁମାର ପୋଥାଳ, ଜଳେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବସମ୍ମତିକ୍ରମେ ‘ମୋ ଦଳ’ କିପରି ଆଗାମୀ ଦିନରେ ସରକାର ଗଢ଼ିବା ସହିତ ବାଲେଶ୍ୱର ଜିଲ୍ଲାରେ ସଂଗଠନ କିପରି ସୁଦୃଢ଼ ହେବ ସେ ସଂପର୍କରେ ମତ ପ୍ରକାଶ ପାଇଥିଲା । ପରିଶେଷରେ ଦଳର ଉପସଭାପତି ବିଧାନ ରାୟ ଧନ୍ୟବାଦ ଦେବାପରେ ସଭା ସାଙ୍ଗ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ