ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଦାବି ନେଇ ଗ୍ରାମବାସୀଙ୍କ ବିଶାଳ ଶୋଭାଯାତ୍ରା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ସୁଲାଇପାଟ, ଗୋରୁମହିଷାଣୀ,ବାଦାମ ପାହାଡ଼ ସମେତ ଛୋଟ ବଡ଼ ଲୌହ ଖଣି ଅଛି ।ଏ ଅଂଚଳରୁ ଲୁହା ପଥର ନେଇ ଟାଟା କମ୍ପାନୀ ଆଜି ସାରା ବିଶ୍ବରେ ଲୌହଶିଳ୍ପର ବାଦଶାହ ହୋଇଛି । କିନ୍ତୁ ଦୁଃଖର ବିଷୟ ପ୍ରଚୁର କଞ୍ଚାମାଲ ଲୌହ ପଥର ଥାଇ ଲୌହଶିଳ୍ପ ପ୍ରତିଷ୍ଠା ଆଜିଯାଏଁ ହୋଇପାରିଲା ନାହିଁ ।ଏହି ଅଂଚଳ ମଧ୍ୟ ମରୁଡି ପ୍ରବଣ ଅଂଚଳ ।ଶତକଡା ୬୫ ଭାଗରୁ ଉର୍ଦ୍ଧ୍ବ ଆଦିବାସୀ ଲୋକେ ବସବାସ କରୁଛନ୍ତି ।କୃଷି ଛଡ଼ା ଲୋକଙ୍କ ହାତରେ କାମ ନାହିଁ ।ଜମି ଗୁଡିକ ଅନୁର୍ବର ।ଯୁବ ଗୋଷ୍ଠୀ ଦାଦନ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ।ତେଣୁ ଏହି ଅଂଚଳରେ ଏକ ଲୌହଶିଳ୍ପପ୍ରତିଷ୍ଠା ପାଇଁ ଅଂଚଳବାସୀ ଜୋରଦାର ଦାବି କରୁଛନ୍ତି ‌। ଭାରତର ଖ୍ୟାତନାମା ଲୌହଶିଳ୍ପ ମାଲିକ ଏମ୍ ଏସ୍ ରୁଙ୍ଗଟା ମେଟାଲ୍କ୍ସ ଏକ ଲୌହ ଶିଳ୍ପ ପ୍ରତିଷ୍ଠା ପାଇଁ ଏହି ଅଂଚଳକୁ ଆଗେଇ ଆସିଛି ।ହେଲେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଶିଳ୍ପ ପ୍ରତିଷ୍ଠାକୁ ଆରମ୍ଭରୁ ବିରୋଧ କରୁଛନ୍ତି , ଯାହାଫଳରେ ଲୌହଶିଳ୍ପ ପ୍ରତିଷ୍ଠା କାର୍ଯ୍ୟକ୍ରମ ‌ଧିମେଇ ଯାଇଛି ।ତେଣୁ ଗ୍ରାମବାସୀମାନେ ଏହି ଅଂଚଳରେ ଲୌହଶିଳ୍ପ ପ୍ରତିଷ୍ଠା ହେଲେ ସେମାନଙ୍କୁ ରୋଜଗାର,କାମଧନ୍ଦା,ଶିକ୍ଷା, ନିଯୁକ୍ତି, ସ୍ବାସ୍ଥ୍ୟ,ପିଇବା ପାଣି,ବିଜୁଳି ସଵୁକିଛି ସୁବିଧା ମିଳିବ ।ଅଂଚଳର ବିକାଶ ହେବ । ଲୋକଙ୍କର ଆର୍ଥିକ ବିକାଶ ହେବ । ତେଣୁ ଅଂଚଳବାସୀ ରାଇରଙ୍ଗପୁର ସହରରେ ଏକ ଲୌହ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି ରାଇରଙ୍ଗପୁର ସହରରେ ଏକ ବି ଶାଳ ଶୋଭାଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ । ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ ।ପରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତୁରନ୍ତ ଲୌହଶିଳ୍ପ ପ୍ରତିଷ୍ଠା ପାଇଁ ବିହିତ ପଦକ୍ଷେପ ନେବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ