ଗଞ୍ଜମ ସହରରେ ଜେଏମଏଫସି କୋର୍ଟ ସ୍ଥାପନା ବିଳମ୍ବ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ଛତ୍ରପୁର ବିଧାୟକ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରରେ ଜେଏମଏଫସି କୋର୍ଟ ସ୍ଥାପନରେ ବିଳମ୍ବ ନେଇ ବିଧାନସଭାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରଶ୍ନ ଉଠାଇଛନ୍ତି। ଏନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ କୋର୍ଟର ସ୍ଥାପନ ପାଇଁ ଏହା କେବେ ସୁଦ୍ଧା କାର୍ଯ୍ୟ ଆରମ୍ଭ ହେବ ଓ ସରକାରଙ୍କ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ।ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି ଗଞ୍ଜାମ ସହରରେ ପ୍ରସ୍ତାବିତ ଜେଏମଏଫସି କୋର୍ଟ ଖୋଲିବା ପାଇଁ ୨୦୧୯-୨୦ ବର୍ଷରେ ଅନୁଷ୍ଠିତ ହୋଇଥିବା ଉଚ୍ଚ ସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ଏବଂ ଉକ୍ତ କୋର୍ଟ ପାଇଁ ଆବଶ୍ୟକ ପଦ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି ।ମାନ୍ୟବର ଉଚ୍ଚ ନ୍ୟାୟାଳୟ ଠାରୁ ଚିଠା ବିଜ୍ଞପ୍ତି ହସ୍ତଗତ ହେବା ପରେ ସରକାର ଉକ୍ତ କୋର୍ଟଟିକୁ ସ୍ଥାପନ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବେ ।ସରକାରଙ୍କ ଦ୍ୱାରା ପ୍ରସ୍ତାବିତ କୋର୍ଟରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଉକ୍ତ କୋର୍ଟଟିକୁ କାର୍ଯ୍ୟ କ୍ଷମ କରାଇବେ ବୋଲି କହିଛନ୍ତି ।


