ଡ୍ରେନକୁ କାର ଖସିପଡି ୨ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଏକ କାର (ଓଆର୦୭ଏମ ୬୦୬୫) ଓଲଟି ପଡିଛି । ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ସୋରଡା ଗ୍ରାମର ଲକ୍ଷ୍ମୀ ନାରାୟଣ ସାହୁ (୫୮) ଓ ନୃସିଂହ ଚରଣ ଗୌଡ (୫୬) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଥାଉକି, ବ୍ରହ୍ମପୁର ଠାରୁ କାମ ସାରି ଦୁହେଁ କାର ଯୋଗେ ସୋରଡା ଅଭିମୁଖେ ଯାଉଥିବା ବେଳେ ପିତଳ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଏକ ଡ୍ରେନ ଭିତରକୁ ଓଲଟି ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ