କଦଳୀରୁ ଅଟା

ଆପଣ ଏ ପର୍ଯ୍ୟନ୍ତ ଗହମ, ବାଜରା, ଚଣାରୁ ପ୍ରସ୍ତୁତ ହୋଇଥିବା ଅଟାର ରୁଟି ଖାଇଥିବେ। କିନ୍ତୁ ଆପଣ କ’ଣ କେବେ କଞ୍ଚା କଦଳୀରୁ ପ୍ରସ୍ତୁତ ଅଟା ବିଷୟରେ ଶୁଣିଛନ୍ତି । ଆଜ୍ଞା ହଁ, କଞ୍ଚା କଦଳୀର ଅଟା ମଧ୍ୟ ରହିଛି। ଏହାକୁ ଖାଇଲେ ଅନେକ ଫାଇଦା ମିଳିଥାଏ । ଏହି ଅଟାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ ଏବଂ ବଜାରରେ ମଧ୍ୟ ଏହା ଉପଲବ୍ଧ ହେଉଛି।କିନ୍ତୁ ଏହାକୁ ଘରେ ମଧ୍ୟ ଆପଣ ପ୍ରସ୍ତୁତ କରିପାରିବେ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା କଦଳୀରୁ ଚୋପା ଛଡ଼ାଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ରଖନ୍ତୁ । ଏହାପରେ କଟା ଯାଇଥିବା କଦଳୀକୁ ମାଇକ୍ରୋଓଭାନରେ ଆବଶ୍ୟକ ତାପମାତ୍ରା ଅନୁସାରେ ବେକ୍ କରନ୍ତୁ । ବେକ ହୋଇଯିବା ପରେ ଏହି କଞ୍ଚା କଦଳୀକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଞ୍ଚା କଦଳୀରୁ ପ୍ରସ୍ତୁତ ଅଟା । କଞ୍ଚା କଦଳୀର ଅଟା କୌଣସି ସୁପର୍ ଫୁଡଠାରୁ କମ୍ ନୁହେଁ। କଞ୍ଚା କଦଳୀର ସମସ୍ତ ଗୁଣ ଏଥିରେ ରହିଛି। ଆସନ୍ତୁ ଜାଣିବା ଏହି ଅଟା କେତେ ଉପକାରୀ ।
ଏଥିରେ ପ୍ରଚୁର ପରିମାଣର ପୋଟାସିୟମ୍, ଜିଙ୍କ୍, ଭିଟାମିନ୍-ଇ, ମ୍ୟାଗ୍ନେସିୟମ୍ ରହିଛି । ଏହି ଅଟା ଖାଇଲେ ସୁଗାରର ସ୍ତର ନିୟନ୍ତ୍ରଣ ହୋଇଥାଏ । ଏଥିରେ କମ୍ ମାତ୍ରାରେ ଶ୍ବେତସାର ରହିଥାଏ । ଏହି ଅଟାରେ କ୍ୟାଲୋରୀ ମଧ୍ୟ ଖୁବ୍ କମ୍ ରହିଛି । ଏଥିରେ ଆପଣ ବିସ୍କୁଟ୍ ଓ କେକ୍ ମଧ୍ୟ ପ୍ରସ୍ତୁତ କରିପାରିବେ । ଆପଣ ଚାହିଁଲେ ଏହି ଅଟାକୁ ଗହମ ଅଟା ସହିତ ମିଶାଇ ରୁଟି ମଧ୍ୟ ପ୍ରସ୍ତୁତ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ