ଶୈବପୀଠ ଦାନ ହୁଣ୍ଡି ଭାଙ୍ଗି ଚୋରି କଲେ ଦୁର୍ବୃତ୍ତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ରେ ଥିବା ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ର ଦାନ ହୁଣ୍ଡି ଭାଙ୍ଗି ଚୋରି କରିଛନ୍ତି ଦୁର୍ବୃତ୍ତ। ସେହିପରି ଶୈବପୀଠ ନିକଟ ଭାଗବତ ଗାଦିରୁ  ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ  ବହୁ ମୂଲ୍ୟବାନ ସାମଗ୍ରୀ ଓ ଦାନ ହୁଣ୍ଡି ଭାଙ୍ଗି ସେଥିରେ ଥିବା ପ୍ରାୟ ୫୦ ହଜାର ଟଙ୍କା ଚୋରି କରି ନେଇଥିବା ଜଣାପଡିଛି ।ପ୍ରତି ଦିନ ଭଳି ସୋମବାର ସନ୍ଧ୍ୟାରେ ପୂଜକ ଜଣକ ସାନ୍ଧ୍ୟ କାଳୀନ ପୂଜାର୍ଚ୍ଚନା  ସାରିବା ପରେ ମନ୍ଦିର ମୁଖ୍ୟ ଫାଟକରେ ଚାବି ପକାଇ ଘରକୁ ଯାଇଥିଲେ । ତେବେ ପୂଜକ ଜଣକ ମଙ୍ଗଳବାର ବଢିଭୋର ସମୟରେ ମନ୍ଦିର ପୂଜା ନିମନ୍ତେ ଯିବା ସମୟରେ ମୁଖ୍ୟ ଫାଟକ ସମେତ ପରିସରରେ ରହିଥିବା ବିଭିନ୍ନ ପ୍ରକୋଷ୍ଠର ତାଲା କଟାଯାଇଥିବା ବେଳେ ଦାନହୁଣ୍ଡି ଭାଙ୍ଗି ସେଥିରେ ଥିବା ପ୍ରାୟ  ୫୦ ହଜାର ଟଙ୍କା , ପାଣି ମଟର , କେସିଓ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେବାସହ ଆସବାବପତ୍ର  ଏଣେତେଣେ ପଡ଼ିଥିବା ଦେଖିଥିଲେ ।  ପୂଜକ ଜଣକ ମନ୍ଦିର ପରିଚାଳକ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ନିକଟରେ ରହିଥିବା ଭାଗବତ ଗାଦିରୁ ମଧ୍ୟ କିଛି ମୂଲ୍ୟବାନ ସାମଗ୍ରୀ କୁ ଲୁଟେରା ମାନେ ଲୁଟି ନେଇଛନ୍ତି ।ଏନେଇ ମନ୍ଦିର କମିଟି ପକ୍ଷରୁ ଦିଗପହଣ୍ଡି ପୋଲିସକୁ ଖବର ପରେ ଥାନା ଆଇ ଆଇ ସି ଦିପ୍ତୀରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଥିଲେ । ଅପରପକ୍ଷରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ ଏନେଇ କୌଣସି ଅଭିଯୋଗ କରାଯାଇନଥିବା ଆଇ ଆଇ ସି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ