ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ତାଲିମ ଗ୍ରହଣ
ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ସମଗ୍ର ଶିକ୍ଷା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭଭାବକ ବୃନ୍ଦ ଜିଲ୍ଲା ସମ୍ବଳ କେନ୍ଦ୍ର, ଛତ୍ରପୁରକୁ ତାଲିମ୍ ଗ୍ରହଣ କରିବା ପାଇଁ ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭବକ ବୃନ୍ଦ ତାଲିମ୍ ଗ୍ରହଣ କରିଥିଲେ। ଜିଲ୍ଲା ଅନ୍ତ ନିବେଶି ଶିକ୍ଷା ସଂଯୋଜକ ତପନ କୁମାର ସାହୁଙ୍କ ବଳିଷ୍ଠ ତତ୍ତ୍ୱାବଧାନରେ ଡ.ମୋନାଲି ପଟ୍ଟନାୟକ, ବିଦୁଶା ମିଶ୍ର, ଦିପଞ୍ଜଳି ମହାନ୍ତି, ଉପେନ୍ଦ୍ର କୁମାର ସେଠୀ ଓ ଅଜୟ କୁମାର ସାହୁ ଭୌତିକ ଚିକିତ୍ସା ଓ ବକ୍ ବୃଦ୍ଧି ତାଲିମ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବୁଗୁଡା ବ୍ଲକ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ସୋନାଲିନ ପଣ୍ଡା ଓ ସୁଶାନ୍ତ କୁମାର ଡାକୁଆ ପରିଚାଳନା କରିଥିଲେ।