ଭୋଦର ରେ ପାହାନ୍ତି କାଳିକା ନୃତ୍ୟ ଓ ଭସାଣି ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଭୋଦର ଗ୍ରାମରେ ଗ୍ରାମବାସୀ ଓ ରାୟ ଚୂଡ଼ାମଣି ପରିବାର ପକ୍ଷରୁ ଦୁଇଟି ସ୍ଥାନରେ ଦୁର୍ଗାପୂଜା ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଯୋଗ ଦେଇଥିଲେ ।ସପ୍ତମୀ ଦିନ ନିକଟସ୍ଥ ହରଶ୍ଚଣ୍ଡି / ଭଦ୍ରେଶ୍ୱର ଙ୍କ ପୀଠରୁ କଳସ ଆବାହନ କରାଯାଇ ଶାକମ୍ୱରି ନୀତିରେ ପୂଜା କରାଯାଇଥିଲା ।ପୂଜା ମଣ୍ଡପ କୁ କଳସ ଓ ପଞ୍ଚପଲ୍ଲବ ରେ ସଜ୍ଜିତ କରାଯିବା ପରେ କଲ୍ଲାବୋହୁକୁ ପ୍ରବେଶ କରାଯାଇଥିଲା । ନବପତ୍ରିକା କୁ ସ୍ଵାଗତ କରାଯାଇ ପୂଜା ମଣ୍ଡପ କୁ ବିଜେ କରାଯିବା ପରେ ମୃଣ୍ମୟୀ ମୂର୍ତ୍ତି ପୂଜା ଚାରିଦିନ ଧରି ଅନୁଷ୍ଟିତହୋଇଥିଲା।ମହାଷ୍ଟମୀ ରାତ୍ରରେ ସନ୍ଧିପୂଜା ଅନୁଷ୍ଠିତ ହେବା ପରେ ମା ଙ୍କ ନିକଟରେ ପାଣି କଖାରୁ ,ଆଖୁ ,କାକୁଡି ,ଓ ଦେଶୀ ପାଟ କପୁରା କଦଳୀ ବଳି ଦିଆ ଯାଇଥିଲା।ମହାନବମୀ ରାତ୍ରରେ ଜୟ ଆଳତି ଓ ବିଳମ୍ବିତ ରାତ୍ରରେ ପାହାନ୍ତି କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା।ଏହି ନୃତ୍ୟ ଦେଖିବାକୁ ଅଂଚଳରୁ ହଜାର ହଜାର ଲୋକ ଙ୍କ ସମାଗମ ହୋଇଥିଲା ।ଚାରିଛକ ଥାନା ପକ୍ଷରୁ ପୋଲିସ ମୃତୟନ କରାଯାଇଥିଲା । ବୁଧବାର ଦୁଇଟି ଯାକ ଦୁର୍ଗା ଦେବୀ ଙ୍କ ର ଭସାଣି ଉତ୍ସବ ନିକଟସ୍ଥ ଭଦ୍ରେଶ୍ୱର ମହାଦେବ ଙ୍କ ପୋଖରୀ ଓ କଡକିଆ ପୋଖରୀ ରେ ହୋଇଥିଲା ।ଗ୍ରାମର ଦୁର୍ଗା ଦେବୀ କମିଟି ର ଯୁବକ ମାନେ ଏହାର ନେତୃତ୍ଵ ନେଇଥିଲେ ।ଚାରିଦିନ ରେ ଗ୍ରାମ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।