କୁନି ହାତରେ ଲକ୍ଷ୍ମୀ ସାଆନ୍ତାଣି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଧରାପୃଷ୍ଠରେ ଅବତରଣ କରିଛନ୍ତି ଧନଦାତ୍ରୀ ମାଆ ଲକ୍ଷ୍ମୀ । ଏ ନେଇ ଗାଆଁ ଠୁ ସହର ଉତ୍ସବ ମୁଖର । ସ୍ମାର୍ଟ ନଗରୀ ଭୁବନେଶ୍ୱର ଏଥିରୁ ବାଦ୍ ପଡ଼ିନାହିଁ । ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗ, ବେରଙ୍ଗ ଆଲୋକରେ ଝଲସୁଛନ୍ତି ମାଆ ଲକ୍ଷ୍ମୀ ସାଆନ୍ତାଣି । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ରହୁଥିବା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଭକ୍ତି ଓ ଶ୍ରଦ୍ଧାର ସହ ‘ସୁପର କ୍ଳେ’ ରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ନିଖୁଣ ରୂପେ ତିଆରି କରି ଆରାଧନା କରିବା ସହ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଧନଦେବୀଙ୍କୁ ଆରାଧନା କଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଧନ ପ୍ରାପ୍ତି ହୋଇଥାଏ ବୋଲି ଶାନ୍ତନୁ ଏହି ଅବସରରେ କହିଛନ୍ତି । କମ୍ ବୟସରେ ଶାନ୍ତନୁଙ୍କ ଏହି କଳାକୃତି ଓ ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଶାନ୍ତନୁ ଏବେ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବାର ଜଣାପଡିଛି ।


