ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ର କର୍ମକର୍ତ୍ତା ସମ୍ମିଳନୀ

ଡେଲାଙ୍ଗ, (ଯୁଗାବ୍ଦ ନ୍ୟୁଜ):ଡେଲାଙ୍ଗ ପିପିଲି ଜନକଲ୍ଯାଣ ମଞ୍ଚ ତରଫରୁ ଆଜି ଧାନାକେରା ପଞ୍ଚାୟତ ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନି ଅନୁଷ୍ଠିତ ହୋଇଥିଲା. ଏଥିରେ ମଞ୍ଚର ଆବାହକ ଶ୍ରୀ ରାଧା ମୋହନ ଓ ମୁଖ୍ୟ ଉପଦେଷ୍ଟା ଜନ୍ମେଜୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗୋଦେଇ,ଆଗାମୀ ଦିନରେ ଧାନାକେରା ପଞ୍ଚାୟତ ରେ ସଂଗଠନ କୁ ମଜବୁତ୍ କରିବା ପାଇଁ ପ୍ରତ୍ୟେକ ବୁଥରେ‌ ବୁଥ କମିଟି ଗଠନ କରିବା ସହ‌ କିଛି କାର୍ଯ୍ୟକର୍ତ୍ତାଙ୍କୁ ନୂଆ ଦାଇତ୍ୱ ପ୍ରଦାନ କରାଯାଇଛି – ଯଥା‌ ସାଧୁଚରଣ‌ ସେନାପତି ଙ୍କୁ ପଞ୍ଚାୟତ ସଭାପତି, ବିଷ୍ଣୁ ଚରଣ ପ୍ରଧନଙ୍କ ପଞ୍ଚାୟତ ଯୁବ ମୋର୍ଚ୍ଚା ସଭପତି‌, ମଣି ଜେନାଙ୍କୁ ମହିଳା ମୋର୍ଚ୍ଚା ସଭାପତି, ଚୈତନ୍ୟ ସ୍ୱାଇଁ ଙ୍କୁ ଓବିସି ମୋର୍ଚ୍ଚା ସଭାପତି,ନିମାଇ ଚରଣ ସ୍ୱାଇଁ ଙ୍କୁ କୃଷକ‌ ମୋର୍ଚ୍ଚା ସଭାପତି,ବିଦ୍ୟାଧର ସେଠୀଙ୍କୁ ଦଳିତ ମୋର୍ଚ୍ଚା ସଭାପତି ଭାବେ ବିଧିବଦ୍ଧ ଭାବେ ଦାୟିତ୍ଵ ସଂଗଠନ ତରଫରୁ ଦିଆଯିଵା ସହ ସମସ୍ତ କାର୍ଯ୍ୟକତ୍ତାଙ୍କୁ ନେଇ‌ ପଞ୍ଚାୟତ ରେ ବିଭନ୍ନ ସମସ୍ୟା ଭିତରେ ଥିବା ଲୋକଙ୍କ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ପଞ୍ଚାୟତ ରୁ ନେଇ ବ୍ଲକ୍ ପଯ୍ୟନ୍ତ ଆନ୍ଦୋଳନ କୋରାଯିବ ବୋଲ‌ ମଞ୍ଚର ଆବାହକ ଶ୍ରୀ ରାଧା ମୋହନ ଚେତାବନୀ ଦେଇଥିଲେ ଏହି ବୈଠକ ରେ ଡେଲାଙ୍ଗ ପିପିଲି ଜନକଲ୍ଯାଣ ମଞ୍ଚର ଅନେକ ସଦସ୍ୟ ଯଥା ସୁରେନ୍ଦ୍ର ପାତ୍ର, ସୁଧୀର ସହୁ, ବିଚିତ୍ର ସ୍ୱାଇଁ , ବଳଭଦ୍ର ସ୍ୱାଇଁ , ଜ୍ୟୋତିର୍ମୟୀ ପରିଡ଼ା,‌ ସ୍ବାଧନ ବେହେରା, ପ୍ରମୋଦ ବାରିକ୍, ସୁଧୀର ବିଶ୍ବାଳ,‌ ସୁରେଶ ବିଶୋଇ, ନନ୍ଦ କିଶୋର ‌ପ୍ରଧାନ, ପ୍ରକାଶ ନାୟକ, ବିଜୟ ସାହୁ, ପ୍ରଦ୍ୟୁମ୍ନ ନାୟକ, ଗଦାଧର ଜେନା, ପ୍ରମୁଖ ସତାଧିକ କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲା ଏବଂ ଆଗାମୀ ଦିନରେ ସଂଗଠନ କୁ ଆଗକୁ ନେବାକୁ ଶପଥଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ