ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ ପାଠ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) : ରାଷ୍ଟ୍ରକୁ ପ୍ରଗତି ପଥରେ ଆଗେଇବା ନିମନ୍ତେ ଦୁର୍ନୀତି ହିଁ ପ୍ରତିବନ୍ଧକ l ଏଣୁ ଦୁର୍ନୀତିର ମୂଳ ଉତ୍ପାଡନ ହେଲେ ଦେଶ ପ୍ରଗତି ପଥ ରେ ଆଗେଇବ ଏବଂ ବିଶ୍ୱ ଦରବାର ରେ ରାଷ୍ଟ୍ର ର ସୁନାମ ବଢିବ l ଏଥି ନିମନ୍ତେ ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭ କରାଯାଇଛି l ଏବଂ ଏହା ଆସନ୍ତା ନଭେମ୍ବର 5 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ଜିଲ୍ଲା ପ୍ରଶାସନ ପକ୍ଷରୀ ଏଥି ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଆଜି ପୂର୍ବାହ୍ନ 11 ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓସ୍ୱାନ ଦ୍ୱାରା ରାଜ୍ୟ ସ୍ତରୀୟ ଉତ୍ସବ ରେ ଯୋଗ ଦାନ କରି ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକ ଙ୍କ ପାଇଁ ସାଧୁତାର ଶପଥ ପାଠ କରାଇଥିଲେ l ଗଞ୍ଜାମ ଜିଲ୍ଲା ଶପଥ ପାଠ ଉତ୍ସବରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ପ୍ରିୟ ରଞ୍ଜନ ପୃଷ୍ଟି ଓ ଦେବବ୍ରତ ସାହୁ ଙ୍କ ଉପସ୍ଥିତି ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ, କର୍ମଚାରୀ ଶପଥ ପାଠ ଗ୍ରହଣ କରିଥିଲେ l ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଦୁର୍ନୀତି ନିବାରଣ ବିଭାଗର ଡ଼ିଏସପି କ୍ରିଷ୍ଣା କୁମାରୀ ପ୍ରଧାନଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ