କେତେ ସୁରକ୍ଷିତ ସାମ୍ବାଦିକ ?
ନୂଆଦିଲ୍ଲୀ-(ଦିପ୍ତି)ସାମ୍ବାଦିକ ଆଉ ସୁରକ୍ଷିତ ନୁହଁନ୍ତି । ସାରା ଦେଶ ତଥା ସାଧାରଣ ନାଗରିକର ସୁଖ ଦୁଃଖର ସାଥୀ ହେଉଥିବା ପତ୍ରକାର ଏବେ ଅସୁରକ୍ଷିତ । ସରାକରଙ୍କ ଠାରୁ ଆରମ୍ଭ କରି ପ୍ରଶାସକଙ୍କ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଟିକିନିଖ ଖବର ଦେଖାଇ ପ୍ରଶଂସା ସାଉଣ୍ଟି ଥାଏ ସାମ୍ବାଦିକଟିଏ । କିନ୍ତୁ ସାଧାରଣ ଲୋକଙ୍କ ଅସୁବିଧା ବେଳର ସାଥି ହୋଇ ସେମାନଙ୍କର ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିଥାଏ । ଯେତେବେଳେ ସରକାରଙ୍କ ଆଢିଆଳରେ ଲୁଚି ଯାଉଥିବା ଖବରକୁ ସାଧାରଣ ଲୋକଙ୍କ ସାମ୍ନାରେ ପରିବେଷଣ କରାଇବା ଫଳରେ ସରକାର ସତର୍କ ହୋଇଉଠନ୍ତି । ଜନତାଙ୍କ ଭାଷା କହୁଥିବା ସାମ୍ବାଦିକ ଅନେକ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ନ୍ୟାୟ ପ୍ରଦାନ କରିଥାଏ । ଏବେ ଏମାନେ ଅସୁରକ୍ଷିତ । ଚଳିତ ବର୍ଷ ବିଶ୍ୱରେ ପାଖାପାଖି ୪୯ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି ବୋଲି ପ୍ୟାରିସରେ ଥିବା ରିପୋର୍ଟର୍ସ ୱିଥଆଉଟ୍ ବର୍ଡର୍ସ କହିଛି । ଏହି ସଙ୍ଗଠନ ର ସୁଚନାନୁସାରେ ବିଗତ ୧୬ ବର୍ଷ ମଧ୍ୟରେ ସାମ୍ବାଦିକ ମାନଙ୍କର ହତ୍ୟା କମିଛି । ପ୍ୟାରିସରେ ଥିବା ଏହି ସଙ୍ଗଠନ ମଧ୍ୟ ଚେତାଇଦେଇଛି ସାମ୍ବାଦିକତା ସବୁଠାରୁ ବିପଦ ଜନକ ସେବା ହୋଇଯାଇଛି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଚଳିତ ବର୍ଷ ଅଧିକ ହତ୍ୟା କରାଯାଇଥିବା ସାମ୍ବାଦିକମାନେ ସିରିଆ , ୟମନ ଅଫଗାନିସ୍ତାନର ଅଟନ୍ତି । ବିଶେଷ କରି ମେସ୍କିକୋରେ ଚଳିତ ବର୍ଷ ୧୦ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ଅନ୍ୟପଟେ ୩୮୯ ସାମ୍ବାଦିକଙ୍କୁ ଜେଲରେ ଭର୍ତ୍ତି କରିଦିଆଯାଇଛି । ଯାହା ଗତ ଗତବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ କେବଳ ଚୀନ , ମିଶର ଓ ସାଉଦି ଆରବ ରେ ଅଛନ୍ତି ।