ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା : ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
କେନ୍ଦୁଝର : କେନ୍ଦୁଝରରେ ତିନି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସୁନୀଲ ନାଏକକୁ ଏଡିଜେଏମ୍ କେନ୍ଦୁଝର ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୋକ୍ସୋ ଆଇନ୍ ଆଧାରରେ ଅଭିଯୁକ୍ତକୁ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ସମୁଦାୟ ୨୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ୨୦୧୭ ମସିହାରେ କେନ୍ଦୁଝରର ଚମ୍ପୁଆରେ ଏହି ଦୁଷ୍କର୍ମ ଏବଂ ହତ୍ୟା ସଙ୍ଗଠିତ ହୋଇଥିଲା ।


