ଖେମୁଣ୍ଡି ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଅଡବା କୁ ହରାଇ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ବୁଧବାର ଠାରୁ ସ୍ଥାନୀୟ ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ଖେମୁଣ୍ଡି ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାର ଅଡବା ଦଳକୁ ବ୍ରହ୍ମପୁରର ପାୱାର ସିକ୍ସ ଦଳ ୨-୧ ମ୍ୟାଚ ବ୍ୟବଧାନରେ ହରାଇ ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଥିବା ଜଣାପଡିଛି । ଉଦଘାଟନୀ ଉତ୍ସବରେ କ୍ଳବ ସଭାପତି ବିକାଶ ପଶୁପାଳକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚ ର ଶୁଭ ଉଦଘାଟନ କରିଥିଲେ । ସେହିପରି ଦିଗପହଣ୍ଡି ନଗର କଂଗ୍ରେସ ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ର ଅନ୍ୟତମ ଅତିଥି ରୂପେ ଉପସ୍ଥିତ ରହି ଉଭୟ ଦଳର ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖି ଖେଳିବା ପାଇଁ ପ୍ରେରଣା ଦେଇଥିଲେ । ଉତ୍କଣ୍ଠା ପୂର୍ଣ୍ଣ ଉଦଘାଟନୀ ମ୍ଯାଚରେ ପ୍ରଥମ ଦୁଇଟି ସେଟରେ ସମାନ ସଂଖ୍ୟକ ପଏଣ୍ଟ ରହିଥିଲେ ମଧ୍ୟ ତୃତୀୟ ସେଟରେ ବ୍ରହ୍ମପୁର ଦଳ ବିଜୟୀ ହୋଇଥିଲା । ଅପରାହ୍ନରେ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ଅତିଥି ରୂପେ ମଞ୍ଚାସୀନ ରହି ଖେଳକୁ ଉପଭୋଗ କରିବା ସହ ଅଡବା ଦଳର ଖେଳାଳି ରାମଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ । ଗୋବିନ୍ଦ ନାୟକ ମ୍ୟାଚ ପରିଚାଳନା କରିଥିବା ବେଳେ ବାବୁଲା ମହାରଣା , ସୁଶାନ୍ତ କୁମାର ପଣ୍ଡା ସହଯୋଗ କରିଥିଲେ । ସେହିପରି କ୍ଳବ ସଂପାଦକ ଏ . ସୁଶାନ୍ତ , କୋଷାଧ୍ୟକ୍ଷ ଆର୍ . ମୁନା , ଉପସଭାପତି ବାରିକ ବେହେରା , ସଦସ୍ୟ ଏ . ଗୋବିନ୍ଦ , କାପାଲୁ . କୁନା , ଶିବଶଙ୍କର ମହାଙ୍କୁଡ , ନରେନ୍ଦ୍ର ସାହୁ , ଶିବଶଙ୍କର ବେହେରା , ଲୋକନାଥ ପାଣିଗ୍ରାହୀ , ଶିବରୁଦ୍ର ନାୟକ , ସନାତନ ରେଡ୍ଡୀ , ଇ . ନିରଞ୍ଜନ , ସାଧୁ ଚରଣ ପଣ୍ଡା ପ୍ରମୁଖ ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ ।


