ସତ୍ୟ ନାରାୟଣ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ବାଲିଆ ଗ୍ରାମ ର ସତ୍ୟ ନାରାୟଣ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ସଂନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ,ଖାଉଟି କଲ୍ୟାଣ,ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କୁ ଉଦଘାଟନ କରିଥିଲେ। ଆୟୋଜିତ ଉତ୍ସବ ରେ ସ୍ଥାନୀୟ ବିଧାୟକ ତଥା ପ୍ରଯୁକ୍ତି ବିଦ୍ୟା, କ୍ରିଡ଼ା, ଯୁବ ସେବା, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର(ରମୁ), ଭୁବନେଶ୍ଵର ଏ ଏସ ବି ଏମ ର କୁଳପତି ପ୍ରଫେସର ରଞ୍ଜନ କୁମାର ବଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ,ଜିଲ୍ଲା ପରିଷଦ ସଭ୍ୟା ସାଗରିକା ନାୟକ, ବିକ୍ରମ ନାୟକ,କଲ୍ୟାଣ କୁମାର ଜେନା, ପ୍ରଧାନ ଶିକ୍ଷୟତ୍ରୀ ନିହାରିକା ପ୍ରଧାନ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ବ୍ୟକ୍ତି ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି ଅବସର ରେ ବିଦ୍ୟାଳୟ ପରିସର ରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି କୁ ଅତିଥି ମାନେ ଉନ୍ମୋଚନ କରିବା ସହିତ ସୁବର୍ଣ୍ଣ ଜୟନ୍ତୀ ଲୋଗୋ କୁ ମଧ୍ୟ ଉନ୍ମୋଚନ କରିଥିଲେ।କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ଓ ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ