ବିଏସ୍‌କେୱାଇ ନବୀନ କାର୍ଡ ସଚେତନତା ରଥର ଶୁଭାରମ୍ଭ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରତିଟି ଜୀବନ ମୂଲ୍ୟବାନ- ରାଜ୍ୟ ସରକାରଙ୍କର ଏହି ଆଭିମୁଖ୍ୟକୁ ସଫଳ କରିବାକୁ ଆଜି ଆରମ୍ଭ ହୋଇଛି ବିଏସ୍‌କେୱାଇ ନବୀନ କାର୍ଡ ସଚେତନତା ରଥର ଶୁଭାରମ୍ଭ । ଯେଉଁ ଗ୍ରାମୀଣ ପରିବାର ବିଏସ୍‌କେୱାଇ ଅନ୍ତର୍ଭୁକ୍ତ ହୋଇନଥିବେ ସେମାନେ ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ଗ୍ରାମୀଣ ଅଞ୍ଚଳରେ ସଚେତନତାର ବାର୍ତ୍ତା ବଣ୍ଟନ କରିବ । ଆଜି ମଧ୍ୟାହ୍ନ ୧୨ଘଟିକା ସମୟରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ ପତାକା ଦେଖାଇ ଏହି ସଚେତନତା ରଥର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ସମୟରେ ଅତିରିିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲ, କେନ୍ଦ୍ରାପଡା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଅନିତା ପଟ୍ଟନାୟକ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଅଞ୍ଜଳୀ ତରାଇ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡଃ ନୃପେନ୍ ଶତପଥୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସତ୍ୟଭାମା ସେଠୀ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ, ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ବିଏସ୍‌କେୱାଇ ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ପ୍ରବଧାନ କରାଯାଇଛି । ବିଏସ୍‌କେୱାଇ ନବୀନ କାର୍ଡ ମାଧ୍ୟମରେ ଏହି ସୁବିଧା ୨୦୨୪ ମସିହା ମେ ମାସ ୧ ତାରିଖଠାରୁ ପ୍ରାପ୍ତ ହେବ । ବିଏସ୍‌କେୱାଇ ନବୀନ କାର୍ଡ ଆବେଦନ ପାଇଁ ଙ୍ଗଙ୍ଗଙ୍ଗ.ଭଗ୍ଦଳଚ୍ଚଦ୍ଭବଭସଦ୍ଭ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ପୋର୍ଟାଲ୍ ଜାନୁୟାରୀ ମାସ ୬ ତାରିଖ ଦିନ ଖୋଲିବ ଏବଂ ୧୬ ତାରିଖ ଦିନ ବନ୍ଦ ହେବ । ଏହି ସମୟ ମଧ୍ୟରେ ଅନ୍‌ଲାଇନ୍ ମାଧ୍ୟମରେ ଦରଖାସ୍ତ ଦାଖଲ ହେବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ