କଉଡ଼ିଆରେ ଧାନ ମଣ୍ଡି ଉଦ୍ଘାଟିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ କଉଡ଼ିଆ ଗ୍ରାମ ନେତାଜୀ ସୁଭାଷ ବୋଷ ଆତ୍ମ ସହାୟିକା ଗୋଷ୍ଠି ପରିଚାଳିତ ଧାନ ମଣ୍ଡି ଆଜି ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଉପସ୍ଥିତିରେ ଉଦଘାଟିତ ଏହି କାର୍ଯ୍ୟକ୍ରମ ଅବସରରେ ଧରାକୋଟ ସମିତି ଅଧ୍ୟକ୍ଷା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କ ସହ ୬୧ ନଂ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ ଙ୍କ ସମେତ ସ୍ଵଂୟ ସହାୟିକା ଗୋଷ୍ଠୀ ସଦସ୍ୟା ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଆୟୋଜିତ ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୀତେନ୍ଦ୍ର କୁମାର ମିଶ୍ର ଚଳିତ ୨୦୨୨-୨୩ ବର୍ଷ ନିମନ୍ତେ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ମଣ୍ଡି ଦରକୁ ସାଧାରଣରେ ଅବଗତ କରିବା ସହ ମଣ୍ଡିରେ ଚାଷୀଙ୍କ ଦେୟ ସାଧାରଣ ଧାନର ଧାର୍ଯ୍ୟ ଦର କୁଇଣ୍ଟାଲ ପ୍ରତି ୨୧୮୩ ଟଙ୍କା ରହିଥିବା ବେଳେ ଗ୍ରେଡ – ଏ ଧାନର ମୂଲ୍ୟ ୨୨୦୩ ଟଙ୍କା ରହିଥିବା ନେଇ ମତ ବ୍ୟକ୍ତ କରିଥିଲେ । ଚଳିତ ବର୍ଷର ନିଅଣ୍ଟିଆ ବର୍ଷା ସାଙ୍ଗକୁ ଅମଳ ସମୟର ଲଗାଣ ବର୍ଷା ଏବଂ ଆର୍ଥିକ ଋଣ ବୋଝରେ ନିରୀହ ଚାଷୀ ଫସଲ ଅମଳ କରିଥାନ୍ତି l ପୁଣି ଚଳିତ ବର୍ଷ ସେମାନେ ବହୁତ୍ କ୍ଷତି ସହିଥିବାରୁ ବର୍ତ୍ତମାନର ଅମଳ ଧାନକୁ କିପରି ସଠିକ୍ ମୂଲ୍ୟାୟନ ଏବଂ ବିନା ଅସୁବିଧାରେ ବିକ୍ରି କରିପାରିବେ ସେ ନେଇ ସେ ପ୍ରତିକ୍ରିୟା ରଖିଥିଲେ l ଯୋଗାଣ ନୀରିକ୍ଷକ ପ୍ରଶାନ୍ତ କୁମାର ରାଓଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜି ସ୍ଥାନୀୟ ଟୋକେନ୍ ପାଇଥିବା ଚାଷୀଙ୍କ ମଧ୍ୟରୁ କାଶୀନାଥ ପ୍ରଧାନ , ଅଭିମହ୍ୟୁ ବିଷୋୟୀ , ପାଣ୍ଡି ବିଷୋୟୀ , ପତିତ ପ୍ରଧାନ , ଅଶୋକ କୁମାର ପ୍ରଧାନ ପ୍ରମୁଖଙ୍କ ପ୍ରାୟ ୫୦୦ କୁଇଣ୍ଟାଲ୍ ଧାନ ମଣ୍ଡିରେ ସଂଗ୍ରହ କରାଯାଇଥିଲା ।


