ଗଞ୍ଜାମ ଜ଼ିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ର ୨୬ ତମ ବାର୍ଷିକ ଉତ୍ସବ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ଗଞ୍ଜାମ ଜ଼ିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ର ୨୬ ତମ ବାର୍ଷିକ ଉତ୍ସବ ବ୍ରହ୍ମପୁର ମା ବାଲ୍ୟ ଠାକୁରାଣୀ ପୀଠରେ ୨ ଧରି ପାଳିତ ହୋଇଥିଲା ! ପ୍ରଥମ ଦିନ ବ୍ରାହ୍ମଣ ପୁରୋହିତ ମାନେ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ଙ୍କ ପିଠାରୁ ନଗର ପରିକ୍ରମା ରେ ବାହାରି ମା ବାଲ୍ୟ ଠାକୁରାଣୀ ପୀଠରେ ପହଂଚି ବା ପରେ ସମିତି ର ସଭାପତି ଉମା ବଲ୍ଲଭ ଦାଶ ଙ୍କ ପୌରହିତ ରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ! ସମ୍ପାଦକ ସନ୍ତୋଷ କର ଙ୍କ ଦ୍ୱାରା ବିବରଣୀ ପାଠ ହୋଇଥିଲା ତାସହ ପୁରାତନ କମିଟି ଭାଙ୍ଗ କରାଯାଇ ନୂତନ କମିଟି କରିବା ପାଇଁ ସମସ୍ତ ସଦସ୍ୟ ଉପସ୍ଥିତ ରେ ଘୋଷଣା କରାଯାଇଥିଲା ! ବ୍ରାହ୍ମଣ ମାନେ ନିଜ଼ ନିଜ଼ ଅଭିଭାଷଣ ପ୍ରଦାନ କରିଥିଲେ ! ପଣ୍ଡିତ ସରୋଜ ଶତପଥି, ବିରୁପାକ୍ଷ ରଥ ଓ ବ୍ରହ୍ମ କୁମାର ପଣ୍ଡା ଙ୍କ ସହ ବ୍ରାହ୍ମଣ ମାନଙ୍କ ଦ୍ୱାରା ପୂଜା କାର୍ଯ୍ୟକ୍ରମ ହୋଇଥିଲା ! ୨ ଦିନ ଅଧିବେଶନ ରେ ସଭାପତି ଶ୍ରୀ ଦାଶ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ହୃଷିକେଶ ପାଣିଗ୍ରାହୀ , ମୁଖ୍ୟ ଅତିଥି ରୂପେ ରାମଧୀନ ସଂସ୍କୁତ କଲେଜ ର ଅଧକ୍ଷ ମହନ୍ତ ହରିହର ଦାଶ , ସଂମାନ ଅତିଥି ରୂପେ ଲଡ଼ୁକେଶ୍ୱର ପଣ୍ଡା, ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀ ନାରାୟଣ ରଥ କାର୍ଯ୍ୟକାରୀ ସଭାପତି ନୀଳମାଧଵ ତ୍ରିପାଠୀ ମଂଚାସୀନ ଥିବା ବେଳେ ଉପସ୍ଥାପକ ସୁଧାଂଶୁ କର ଓ ବିଭୂନନ୍ଦନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ! ମୁଖ୍ୟ ବକ୍ତା ଏପରି ବ୍ରାହ୍ମଣ ମାନଙ୍କ ଏକତା କୁ ପ୍ରଶଂସା କରିଥିବା ବେଳେ ସବୁଦିନ ଏପରି ରହୁ ବୋଲି କହିଥିଲେ ! ମୁଖ୍ୟ ଅତିଥି ବ୍ରାହ୍ମଣ ମାନଙ୍କ ଏପରି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ ! ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ଆଇନଜୀବୀ ଶରତ ଚନ୍ଦ୍ର ଦାଶ ପୁରାତନ କମିଟି ଭଙ୍ଗ କରି ନୂତନ କମିଟି ର ସଭାପତି ନୀଳମାଧଵ ତ୍ରିପାଠୀ , ଉପସଭାପତି ନରସିଂହ ପାଠୀ , ଅକ୍ଷୟ କୁମାର ପାଢ଼ୀ, କରୁଣା କର ଦାଶ , ସମ୍ପାଦକ ସନ୍ତୋଷ କର, ସହ ସମ୍ପାଦକ ଟୁଟୁ ରଥ, ନିରଞ୍ଜନ ନନ୍ଦ, ସଂଗଠନିକ ସମ୍ପାଦକ ଅପୂର୍ବ ଆଚାର୍ଯ୍ୟ ରବୀନ୍ଦ୍ର ଷଡ଼ଙ୍ଗୀ, ବିଭୂନନ୍ଦନ ପଣ୍ଡା, ଯଂଜ୍ଞ ରଥ , ଆଇନ ପରାମର୍ଶ ଦାତା ଶରତ ଚନ୍ଦ୍ର ଦାଶ , ସୁଧାଂଶୁ କର, କାର୍ଯ୍ୟକାରୀ ସଭ୍ୟ ରୂପେ ବାଉରୀ ବନ୍ଧୁ ଶତପଥି, ଦୁର୍ଗା ପ୍ରସାଦ ରଥ, ଆଶୁତୋଷ ଦାଶ, ଅରୁଣ ଶତପଥି, ନାରାୟଣ ଦାଶ, ଗୋପାଳ ତ୍ରିପାଠୀ , ଉମା ପାଠୀ, ବିଷ୍ଣୁ ପ୍ରସାଦ ଦାଶ, ବିଭୁତି ଭୂଷଣ ତ୍ରିପାଠୀ, କିରଣ ପାଢ଼ୀ ଘୋଷଣା କରିଥିଲେ ! ଶେଷରେ କୋଷାଧକ୍ଷ ସନ୍ତୋଷ ତ୍ରିପାଠୀ ବାବୁଲା ଷଡ଼ଙ୍ଗୀ ଓ ଉମା ରଥ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ !


