କାଶୀନଗର ଠାରେ ଶ୍ରୀଭେଙ୍କେଟେଶ୍ଵରଙ୍କ କଲ୍ୟାଣ ମହୋତ୍ସବ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଗଜପତି ଜିଲ୍ଲାର କାଶୀନଗର ସ୍ଥିତ ଭେଙ୍କେଟେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଶ୍ରୀଭେଙ୍କେଟେଶ୍ଵର ସ୍ୱାମୀଙ୍କ କଲ୍ୟାଣ ମହୋତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି. ଏହି କଲ୍ୟାଣ ମହୋତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ଉପସ୍ଥିତ ରହି ଭେଙ୍କେଟେଶ୍ଵର ସ୍ୱାମୀଙ୍କ ଆଶୀର୍ବାଦ କାମନା କରିଥିଲେ. ଭେଙ୍କେଟେଶ୍ଵର ସ୍ୱାମୀଙ୍କ କଲ୍ୟାଣ କାର୍ଯ୍ୟ ତୁଲେଇବା ନିମନ୍ତେ ସ୍ଥାନୀୟ ବାସିନ୍ଦା ପଡୁଗୁ ରମେଶ ଓ ତାଙ୍କ ସହ ଧର୍ମିଣୀ ପୂଜା ଅର୍ଚନାରେ ବସିଥିଲେ. ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ତା ମଧ୍ୟ କରାଯାଇଥିବା ମନ୍ଦିର ସମ୍ପାଦକ ପାଡ଼ଲା ଭେଙ୍କେଟ ରାଓ ସୂଚନା ଦେଇ କଲ୍ୟାଣ କାର୍ଯ୍ୟକ୍ରମ ସାରିବା ପରେ ଶ୍ରୀ ଭେଙ୍କେଟେଶ୍ଵର ସ୍ୱାମୀଙ୍କୁ ରଥରେ ବସାଇ ସଂକୀର୍ତନ, ଶଙ୍ଖ ଓ ବାଜା ସହ ବହୁ ଭକ୍ତଙ୍କ ଉପସ୍ଥିତିରେ କାଶୀନଗର ସହର ପରିକ୍ରମା କରାଯିବ ବୋଲି କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ