ଭାଇ ଜାନ୍ ନାରାରେ କମ୍ପୁଛି ରାଜରାସ୍ତା
ସଲମାନ ଖାନ ଓ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଦବଙ୍ଗ – ୩ ଶୁକ୍ରବାର ରିଲିଜ ହୋଇଯାଇଛି । ଏହି ଫିଲ୍ମଟି ଦେଖିବା ପାଇଁ ସକାଳୁ ସକାଳୁ ବିଭିନ୍ନ ହଲରେ ଫ୍ୟାନମାନଙ୍କର ଭିଡ ଦେଖିବାକୁ ମିଳିଛି । ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍ସାହ ରହିଛି । ଅନ୍ୟପଟେ ସଲମାନ୍ ଖାନ୍ ଫ୍ୟାନ୍ କ୍ଲବ୍ ପକ୍ଷରୁ ସଲମାନଙ୍କ ଏକ ବିରାଟ ଷ୍ଟାଚ୍ୟୁ ଲଗାଯିବା ସହ ସେଥିରେ ଫୁଲମାଳ ପିନ୍ଧାଇ ବାଣ ଫୁଟାଇ, କେକ୍ କାଟି ସଲମାନଙ୍କ ଗୀତର ତାଳେ ତାଳେ ଡ୍ୟାନ୍ସ କରି ସେଲିବ୍ରେସନ୍ କରିଛନ୍ତି । ଅନ୍ୟପଟେ ଟିକଟ ନପାଇ ଅନେକ ଫ୍ୟାନ୍ ଏବଂ ଦର୍ଶକ ନିରାଶ ହୋଇ ଫେରିଯାଇଥିବାବେଳେ ଆସନ୍ତାକାଲି ଟିକଟ ପାଇ ଫିଲ୍ମ ଦେଖିବାର ଅ।।ଶା ରଖିଛନ୍ତି । ତେବେ ଆଉ କିଛି ଫ୍ୟାନ୍ ଅଛନ୍ତି ଯେଉଁମାନେ ଏବେ ବି ଟିକଟ କାଉଣ୍ଟର ସାମ୍ନାରେ ଧାଡ଼ି ଲମ୍ବାଇ ଛିଡ଼ା ହୋଇଛନ୍ତି । ଫାଷ୍ଟ ସୋ’ ପାଇଁ ଟିକଟ ନମିଳିଥିବାରୁ ସେମାନେ ପ୍ରଥମ ଦିନର ସେକେଣ୍ଡ ସୋ’ କିମ୍ବା ଥାର୍ଡ ସୋ’ ଟିକଟ ପାଇଁ ଅପେକ୍ଷା କରିଛନ୍ତି । ରିଲିଜର ପ୍ରଥମ ଦିନରେ ଯେମିତି ବି ହେଉ ଟିକେଟ ଖଣ୍ଡେ ପାଇ ଫିଲ୍ମ ଦେଖିବାକୁ ଉତ୍ସହ ଅଛନ୍ତି ଦର୍ଶକ ।


