ଭାସ୍କର ତୀର୍ଥ ଲକ୍ଷ୍ମୀ ବାବା ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ତଥା ମହେନ୍ଦ୍ର ଆଶ୍ରମର ମୁଖ୍ୟ ଭାସ୍କର ତୀର୍ଥ ଲକ୍ଷ୍ମୀ ବାବା ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମ ଲାଲାଙ୍କର ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପତ୍ର ପାଇ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି. ଗଜପତି ଜିଲ୍ଲାରୁ ଲଷ୍ମୀବାବା ଓ ତାଙ୍କ ସହଯୋଗୀମାନେ ଅଯୋଧ୍ୟା ଯାତ୍ରା କରିବା ଅବସରରେ ପାରଳାଖେମୁଣ୍ଡି ସହରର କରଣ ସାହି ଠାରୁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ, ସାଧୁ ସନ୍ଥ ଲକ୍ଷ୍ମୀବାବାଙ୍କୁ ପାଛୋଟି ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ନେଇଥିଲେ. ପାରଳା ରେଳ ଷ୍ଟେସନରୁ ଲକ୍ଷ୍ମୀବାବା ଓ ତାଙ୍କ ସହଯୋଗୀମାନେ ଟ୍ରେନରେ ଭୁବନେଶ୍ୱର ଯାତ୍ରା କରି ସେଠାରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ. ପାରଳା ରେଳ ଷ୍ଟେସନରୁ ଲକ୍ଷ୍ମୀବାବା ତାଙ୍କ ସହଯୋଗୀମାନେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାବେଳେ ଶଙ୍ଖ ହୁଳହୁଳି ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଅଭିନନ୍ଦନ ଜଣାଇ ଯାତ୍ରା ଶୁଭଙ୍କର ହେଉ ବୋଲି ଉପସ୍ଥିତ ଲୋକମାନେ କାମନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ