ଶେଷରଜନୀରେ ପଶାପାଲି ନାଟକ ମନ ମୋହିଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ଦ୍ବାରା ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଦଶମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି, ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ଶିଳ୍ପପତି ଡ ତିରୁପତି ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଶିକ୍ଷାବିତ ଦୁର୍ଗା ପ୍ରାସାଦ ପାଢ଼ୀ, ବରିଷ୍ଟ ନେତା ବସନ୍ତ ଦାସ ମଞ୍ଚାସୀନ ଥିଲେ, ନାଟକ ର ଏନ୍ତୁଡ଼ିଶାଳ ପାରଳାରେ ଏକ ଦଶନ୍ଧି ଧରି ଅସ୍ତୟୀ ମଂଚ ନିର୍ମାଣ କରି ନାଟକ ପରମ୍ପରା ବଜାୟ ରଖିବା ପାଇଁ ଅତିଥି ମାନେ ପ୍ରଶଂସା କରିଥିଲେ, ଆୟୋଜକ ମାନଙ୍କ ପକ୍ଷରୁ ସ୍ଥାୟୀ ରଙ୍ଗମଞ୍ଚ ଓ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଦାବୀ ପୁଣି ଉଠିଥିଲା, ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାକୁ ସଭାପତିତ୍ବ କରିଥିବା ବେଳେ ଉପ ସଭାପତି ଏମ୍ ପୃଥିବୀରାଜ ଉପସ୍ଥିତ ଥିଲେ। ଯୁଗ୍ମ ସଂପାଦକ ଆଦର୍ଶ ଦାସ ସ୍ୱାଗତ ଭାଷଣ ଦେଇଥିଲେ ସଂପାଦକ ମନୋଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ, ଶେଷ ସଂଧ୍ୟା ରେ ନାଟକ ପଶାପାଲି ପରିବେଷଣ କରିଥିଲେ ଭୁବନେଶ୍ଵର ର ପଞ୍ଚଧ୍ୱନି ନାଟ୍ୟ ପରିଷଦ ର କଳାକାର ମାନେ। ନାଟକ କୁ ପଞ୍ଚାନନ ଦାସ ରଚନା କରିଥିବା ବେଳେ କରୁଣା କର ସାମଲ ନିର୍ଦ୍ଦେଶନା ଦେଇଥିଲେ। ଗଣତନ୍ତ୍ର ଲୋକଙ୍କ ପାଇଁ ଲୋକଙ୍କ ଦ୍ୱାରା ହେଲେ ସମୟ କ୍ରମେ ଏହା କୁଳସିତ ହେଇ ଏକ ନିର୍ଦ୍ଧିଷ୍ଟ ମୁଷ୍ଟିମେୟ ଗୋଷ୍ଟିଙ୍କ ହାତରେ ଦେଶ ର ଗଣତନ୍ତ୍ର, ଯଦି ସାଧାରଣ ଲୋକ ଟିଏ ନିଜ ଅଧିକାର ଭାବି ନିର୍ବାଚନ ମଇଦାନକୁ ଓହ୍ଲାଇବ ତେବେ ଆଜି ସେ ତଳି ତଳାନ୍ତ ହେବା ଥୟ। ତେଣୁ ଦେଶକୁ ଦୁର୍ନୀତି ମୁକ୍ତ ଗଣତନ୍ତ୍ର କୁ ସ୍ୱଚ୍ଛ ଓ ଅବାଧ କରିବାକୁ ପ୍ରତ୍ୟେକ ନାଗରିକ ଙ୍କୁ ପ୍ରଥମେ ପରିବର୍ତ୍ତନ ଆଣିବାକୁ ହେବ, ଏପରି ଏକ କାହାଣୀ କୁ ନେଇ ଲେଖା ହୋଇଥିବା ନାଟକ ରେ
ସବୁ କଳାକାରଙ୍କ ସୁନ୍ଦର ମନ୍ମସ୍ପର୍ଶୀ ଅଭିନୟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ