ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି। ଓକିଲ ସଂଘ ର କାର୍ଯ୍ୟାଳୟ ପରିସରରେ ସଂଘ ସମ୍ପାଦକ କୁରେଶୁୁ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ ଅଧ୍ୟକ୍ଷତା କରିଥିଲେ।ନେତାଜୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା।ଆଇନଜୀବୀ ପ୍ରଭାକର ରାଉତ,ସୂର୍ଯ୍ୟନାରାୟଣ ସାହୁ, ହରପ୍ରସାଦ ରଥ,ପ୍ରଦୀପ କୁମାର ନାୟକ,ଅଶେଷ ନାଥ ମିଶ୍ର,ମନୋରଞ୍ଜନ ପଣ୍ଡା, ରବୀନ୍ଦ୍ର ସାହୁ, ରଘୁନନ୍ଦନ ନାୟକ,ପ୍ରଦୀପ କୁମାର ପଟ୍ଟନାୟକ, କିଶୋର ଗୌଡ଼, ଗଜାନନ ତ୍ରିପାଠୀ,ଅସିତ କୁମାର ସାହୁ,ଜି.ନନ୍ଦନ ଦୋରା, ଯୁଧିଷ୍ଠିର ପାତ୍ର, ଲକ୍ଷ୍ମଣ ବେହେରା ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ