ଛତ୍ରପୁରଠାରେ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) ଛତ୍ରପୁରସ୍ଥିତ କ୍ରାନ୍ତିବୀର ଯୁବଛାତ୍ର ସଂଘ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଅନସ୍ଲୋ ହାଇସ୍କୁଲ ମିନି ଷ୍ଟାଡିୟମରେ ଏକ ଦିବସୀୟ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସକାଳ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥୀ ରୁପେ ଛତ୍ରପୁର ବ୍ଲକ ଚେୟାରମ୍ୟାନ ଏସ. ଧନଞ୍ଜୟ ରେଡ୍ଡି ଓ ସମ୍ମାନନୀୟ ଅତିଥୀ ଭାବେ ସମାଜସେବୀ ସୁଧିର ପଟ୍ଟନାୟକ , ସିମାଞ୍ଚଳ ନାହାକ , ଇଜୁ ଅମିତ ଖାନ ପ୍ରମୁଖ କ୍ରିଡା ପ୍ରତିଯୋଗୀତାର ଅଂଶ ଗ୍ରହମ କରିଥିଲେ । ଏହି ପ୍ରତିଯୋଗିତାରେ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଶହେ ମିଟର , ଚାରିଶହ , ପନ୍ଦରଶହ ମିଟର ଦୌଡ , ହାଇ ଜମ୍ପ , ନେଲ ଜମ୍ପ , ସଟଫୁଟ , ଡିସକସ , ଖୋଖୋ , କବାଡି , ଭଳିବଲ ଓ ଟଗ ଅଫ ରୁପେ ଏହି ସବୁ କ୍ରୀଡା ପରିଚାଳିତ ହୋଇଥିଲା । ସଂନ୍ଧ୍ୟାରେ ପୁରସ୍କୃତ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥୀ ରୁପେ ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ଓ ସମ୍ବଦ୍ଧୀୟ ଅତିଥୀ ରୁପେ ପୁର୍ବତନ ବିଧାୟକ ଅଶୋକ ଚୌଧୁରୀ , ସମାଜସେବୀ ଭାଗୀରଥି ବେହେରା , ଗଞ୍ଜାମ ଟ୍ରକ ଆସୋସେସିଏନ ସଭାପତି ପ୍ରମୋଦ ଜେନା ପ୍ରମୁଖ ଯୋଗଦେଇ କୃତି ଖେଳାଳୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବକ୍ତବ୍ୟରେ ବିଧାୟକ ମହୋଦାୟ କହିଥିଲେ ଯେ , ଛତ୍ରପୁର ମାଟିରେ ଅନେକ କ୍ରିଡା ପ୍ରତିଭା ଯୁବକ , ଯୁବତୀମାନଙ୍କ ମଧ୍ୟରେ ଲୁଚି ରହିଛି । ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ଇବୁ ଅମିନ ଖାନ ପରିଚାଳନା କରିଥିବାବେଳେ ଅରୁଣ ମାନସିକ , ପ୍ରକାଶ ପାଣିଗ୍ରାହୀ , ସୁମା ଦାସ , ସୁନିଲ , ରଘୁ ରେଡ୍ଡୀ , ପ୍ରମୁଖ ସମସ୍ତ କ୍ରିଡାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ