ବାରବାଟୀ ପାଇଁ ୮୦ ପ୍ଲାଟୁନ ପୋଲିସ ଫୋର୍ସ

କଟକ : ରବିବାର ଦିନ କଟକ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ଅନ୍ତିମ ଦିବାରାତ୍ର ମୁକାବିଲା ଖେଳାଯିବ। ଏନେଇ ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବାରବାଟୀ ପାଇଁ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୋଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି। ଡିସେମ୍ବର ୨୨ରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଭାରତୀୟ ଓ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ବିଶାଖାପାଟଣାରୁ ଆସି ଭୁବନେଶ୍ୱରେ ପହଞ୍ଚିଛନ୍ତି । ଖେଳାଳିଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉଭୟ ଦଳ ଖେଳାଳିଙ୍କ ରହଣୀ ପାଇଁ ମେ ଫେୟାର ହୋଟେଲରେ ବ୍ୟବସ୍ଥା କରାଯାଇଛି । ଉଭୟ ଦଳର ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ ଷ୍ଟାଡିୟମକୁ ନିଆଯିବ । ଏହା ସହ ଆଜି ବାରବାଟୀ ବୁଲି ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି । ବାରବାଟୀ ଷ୍ଟାଡିୟମ ସୁରକ୍ଷା ପାଇଁ ସମସ୍ତ ବନ୍ଦୋବସ୍ତ ସରିଛି । ବାରବାଟୀ ଷ୍ଟାଡିୟମ ସୁରକ୍ଷା ଦାୟିତ୍ୱରେ ୮୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ସୁରକ୍ଷା ତଦାରଖ ପାଇଁ ଲ’ ଆଣ୍ଡ ଅର୍ଡର ଏବଂ ଗୁଇନ୍ଦା ଡିଜି ରହିବେ । ବାରବାଟୀ ସୁରକ୍ଷା ଯାଞ୍ଚ ପରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ।
ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯାଉଛି। ପ୍ରଥମ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯାଇଛି। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯାଇଛି। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ଭାଇଜାଗରେ ଖେଳାଯାଇଛି । ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ