ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ବାଲୁକାଶିଳ୍ପୀ ସରିତା
ନିମାପଡ଼ା, (ସନ୍ତୋଷ ଦାଶ):ଭାରତର ପ୍ରଥମ ମହିଳା ବାଲୁକା ଶିଳ୍ପୀ ଭାବେ ପୁରୀ ଜିଲ୍ଲା କୋଣାର୍କ ର ସରିତା ଗୋଚ୍ଛାୟତ ଚନ୍ଦ୍ରଭାଗାର ସ୍ବୋର୍ଣିମ ବେଳାଭୂମିରେ ଗତ ଡିସେମ୍ବର ମାସର ଶେଷ ସପ୍ତାହରେ ୨୬ ଫୁଟ ଉଚ୍ଚତାର ଏକ ବିଶାଳ କୋଣାର୍କ ସୂର୍ଯ୍ୟ ମନ୍ଦିର ବାଲିରେ ପ୍ରସ୍ତୁତ କରିଥିଲେ । ତାଙ୍କର ଏହି ବାଲୁକା କଳାକୃତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛି । ଏହି କଳାକୃତି ପ୍ରସ୍ତୁତ କରିବାପାଇଁ ସରିତାଙ୍କୁ ୩୬ ଘଣ୍ଟା ସମୟ ଲାଗିଥିଲା । ଉତ୍କଳୀୟ କଳା ସଂସ୍କତିକୁ ଆଗକୁ ନେବା ସହ ଆନ୍ତର୍ଜାତୀକ ବାଲୁକା କଳା ପ୍ରଦର୍ଶନୀରେ ନିଜର ଦକ୍ଷତା ପ୍ରଦର୍ଶନୀ କରିଛନ୍ତି। ଏହି ସଫଳତା ମିଳିବା ପରେ ସରିତା ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି।


