ଶ୍ରୀ ଶ୍ରୀ ଶ୍ରୀ ମାଁ ଦକ୍ଷିଣକାଳିଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର କଲେଜ଼ ରୋଡ ଅବସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଦକ୍ଷିଣକାଳିଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଆଜି ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଋଷିକୂଲ୍ୟା ନଦୀଠାରୁ ଏକ କଳସ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ମନ୍ଦିରକୁ ଆସିଥିଲେ। ପଣ୍ଡିତ ଜଗନ୍ନାଥ ନନ୍ଦ ଓ କାଳୁଚରଣ ଶତପଥୀଙ୍କ ତତ୍ତ୍ୱାବଧାନରେ ଛଅଦିନ ବ୍ୟାପି ହେବାକୁ ଥିବା ଏହି ପ୍ରତିଷ୍ଠା ମହୋଉତ୍ସଵରେ , ନାମଯଜ୍ଞ, ଅର୍ଣ୍ଣଯଜ୍ଞ, ପ୍ରସାଦ ସେବନ, ପ୍ରବଚନ , ଅନୁଷ୍ଠିତ ହେବ। ବାଇଶି ତାରିଖରେ ନଗର ପରିଭ୍ରମଣ ସହ ଦେବତାଙ୍କ ଗୃହ ପ୍ରବେଶ କରାଯିବ। ଏହା ଦେଖିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ବେଳେ, ଆୟୋଜକ ମାନଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।