ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କଲେ ଗଂଜାମ ଏସ୍ପି
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ସରକାରଙ୍କ ୫ ଟି ଯଥା- ଟିମୱାର୍କ + ଟ୍ରାନ୍ସପେରେନ୍ସି +ଟେକ୍ନୋଲୋଜି +ଟାଇମ୍ =ଟ୍ରାନ୍ସଫର୍ମେସନ ଏବଂ ମୋ ସରକାର କାର୍ଯ୍ୟକ୍ରମ ଗଂଜାମ ପୁଲିସ ଜିଲ୍ଲାରେ ସୁପରିଚାଳନା ଭାବେ କରାଯାଉଛି । ଏନେଇ ଉଚ୍ଚ ପଦାଧିକାରୀ ଠାରୁ ଆରମ୍ଭ କରି ପୁଲିସ କନ ଷ୍ଟେବଲ ଏବଂ ଗୃହ ରକ୍ଷୀ ବାହିନୀ ନିଜ ନିଜ ଦାୟିତ୍ୱ ସୁଚାରୂପେ କରୁଛନ୍ତି । ଗାଁ କୁ ଗାଁ କର୍ମଚାରୀ ମାନେ ଯାଇ ଲୋକମାନଙ୍କ ନିକଟତର ହୋଇ ଫାଇଭ ଟି ଏବଂ ମୋ ସରକାର ଅଧାରରେ କାର୍ଯ୍ୟ କରିଆସୁଛନ୍ତି । ଏହି ସମସ୍ତ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା କେତକ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଛି । ଛତ୍ରପୁର ସ୍ଥିତ ଗଂଜାମଏସ୍ପିଙ୍କ ସମ୍ମିଳନୀ କକ୍ଷରେ କ୍ରାଇମ୍ କ୍ରିମିନାଲ୍ ଟ୍ରାକିଂ ନେଟୱାର୍କ ସିଷ୍ଟମ୍ (ସିସିଟିଏନଏସ୍) ଏବଂ ବିଟ୍ ଭିଜିଟ୍ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଲାଗି ଶୁକ୍ରବାର ଦିନ ପୁଲିସ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏ ସିସିଟିଏନ୍ଏସ୍ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିଥିବା ୧୧ ଟି ଥାନାର ପୁଲିସ କର୍ମଚାରୀ ଏବଂ ବିଟ୍ ଭିଜିଟ୍ କାର୍ଯ୍ୟରେ ୭ ଜଣ ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ସହିତ ପୁରସ୍କୃତ କରିଥିଲେ । ରାଜ୍ୟସରକାରଙ୍କ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଜନସାଧାରଣଙ୍କ ନିକଟର ହେବା ସହ ସେମାନଙ୍କ ସମସ୍ୟା ଏବଂ ସୁଖଦୁଃଖେ ସାମିଲ ହୋଇପାରିଛନ୍ତି । ଆଗକୁ ମଧ୍ୟ ଏଭଳି କାର୍ଯ୍ୟଧାରାକୁ ବଜାୟ ରଖିବା ପାଇଁ ଗଂଜାମ ଏସ୍ପି ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପତିତପାବନ ଚୌଧୂରୀ ଓ ଠାକୁର ପ୍ରସାଦ ପାତ୍ର, ଡିଏସ୍ପି (ହେଡକ୍ୱାର୍ଟର) ଉତ୍କଳ କେଶରୀ ଦାଶ, ଡିଏସପି (ଡିଆଇବି) ଅଜୟ କୁମାର ମିଶ୍ର , ଡିଏସପି ଏସ୍.ପ୍ରଧାନ, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍, ଗଂଜାମ ରିଜର୍ଭ ଇନ୍ସପେକ୍ଟର ଗଙ୍ଗାଧର ଧାଙ୍ଗରଙ୍କ ସମେତ ବହୁ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସିସିଟିଏନ୍ଏସି କାର୍ଯ୍ୟରେ ଆସିକା ଥାନାର କନଷ୍ଟେବଲ ଜଗନ୍ନାଥ ସ୍ୱାଇଁ ଓ ସୁମୀତା ଦାଶ, ଭଂଜନଗର ଥାନାର ନରହରୀ ଗୌଡ, ହିଂଜିଳି ଥାନାର କେ.ଶଙ୍କର ରାଓ, ବୁଗୁଡା ଥାନାର ବିଦ୍ୟୁତ୍ ରଂଜନ ନାୟକ, ଜଗନ୍ନାଥପ୍ରସାଦ ଥାନାର ରଂଜନ କୁମାର ଆଚାରୀ, ଖଲ୍ଲିକୋଟ ଥାନାର ହରିହର ମୁଦୁଲୀ, ପାଟପୁର ଥାନାର ମାନଓ ରଂଜନ ବେହେରା, ଚମାଖଣ୍ଡି ଥାନାର ସନ୍ତୋଷ କୁମାର ରାଉଳ, ପୋଲସରା ଥାନାର ଆର୍.ପ୍ରକାଶ ରେଡ୍ଡୀ, ତାରସିଂ ଥାନାର ଅଶ୍ୱିନୀ କୁମାର ପଟ୍ଟନାୟକ ଓ ସୋରଡା ଥାନାର ହୋମଗାର୍ଡ ହିମାଂସୁ ଶେଖର ପାଣିଗ୍ରାହୀ ପ୍ରମୁଖ ପୁଲିସ କର୍ମଚାରୀ ସମ୍ବର୍ଦ୍ଧିତ ହୋଇଥିବା ବେଳେ ବିଟ୍ ଭିଜିଟ୍ କାର୍ଯ୍ୟରେ ଭଂଜନଗର ଥାନାର କନଷ୍ଟେବଲ ଅମର କୁମାର ଜେନା, ଗାଙ୍ଗପୁର ଥାନାର ରବୀ ନାରାୟଣ ମିଶ୍ର, ବଡଗଡ ଥାନାର ଆଲୋକ ରଂଜନ ତ୍ରିପାଠୀ, ଚମାଖଣ୍ଡି ଥାନାର ଆର୍.ସନ୍ତୋଷ ରେଡ୍ଡୀ ଏବଂ ଆସିକା ଥାନାର ହୋମଗାର୍ଡ ସୁଧୀର କୁମାର ବେହେରା ଓ ଖଲ୍ଲିକୋଟ ଥାନାର ବିପ୍ର ଦାଶ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ ।


