ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ୩୪ତମ ବାର୍ଷିକଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ପୌରସଂସ୍ଥା ପରିଚାଳିତ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ୩୪ ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଦନପୁର ମହାବିଦ୍ୟାଳୟର ପ୍ରାକ୍ତନ୍ ଅଧ୍ୟକ୍ଷ, ବିଶିଷ୍ଟ ସାହିତ୍ୟିକ ପ୍ରାଧ୍ୟାପକ ମୋହନ ଚରଣ ଜେନା, ମୁଖ୍ୟବକ୍ତା ଭାବେ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ପୌରସଂସ୍ଥା ରାଜସ୍ୱ ନିରୀକ୍ଷକ ଦେବୀ ପ୍ରସାଦ ଦାସ, ପ୍ରତିଷ୍ଠାତା ସମ୍ପାଦକ ସୁଧାଂଶୁ କୁମାର ଦାସ, ସହ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀ ନାୟକ ପ୍ରମୂଖ ଯୋଗ ଦେଇ ମାନସିକ ଅନଗ୍ରସର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା କଷ୍ଟ ସାଧ୍ୟ ହେଲେ ମଧ୍ୟ ତାହାକୁ ସମ୍ଭବପର କରିପାରିଥିବାରୁ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ସାଧୁବାଦ୍ ଜଣାଇଥିଲେ । ସେବା ମନୋବୃତ୍ତି ନେଇ ନିଷ୍ଠାପର ଭାବେ କାଯ୍ୟ କରିବାରୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ଅତିଥି ପରିଚୟ ପ୍ରଦାନ ସହିତ ପାଠ ଶେଷ ପରେ ପିଲାମାନେ ଯେପରି ଆତ୍ମନିଯୁକ୍ତି ପାଇପାରିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ମତ ରଖିଥିଲେ ଶିକ୍ଷୟତ୍ରି କବିତା ମୁଦୁଲି । ପୌରସଂସ୍ଥା କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ ସ୍ୱାଗତ୍ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରଛାତ୍ରୀମାନେ ସ୍ୱାଗତ୍ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅବସର ନେବାକୁ ଥିବା କର୍ମଚାରୀ ଧରଣୀଧର ମହାନ୍ତି ଓ କରୁଣାକର ପଲାଇଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଭିନ୍ନକ୍ଷମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ଉପଢୌକନ, ଫୁଲ ଗଛ ସହ “ ଶ୍ରେଷ୍ଠ ଦିବ୍ୟାଙ୍ଗ ସେବା ସମ୍ମାନ” ରେ ସମ୍ମାନୀତ କରାଯାଇଥିଲା । ଉତ୍ସବରେ ସମଗ୍ର୍ ଶିକ୍ଷା ଭିନ୍ନକ୍ଷମ ସଂଯୋଜକ ବିଜୟ କୁମାର ପରିଡା, ଶ୍ରୀଧର ଭୋଳ, ହିମାଂଶୁ ଭୂଷଣ ରାଉତ, ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ପରିଚାଳିତ ଦୃଷ୍ଟି ବାଧିତ, ମୁକବଧିର ଓ ମାନସିକ ନ୍ୟୁନତା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପ୍ରଦ୍ୟୁମ୍ନ କୁମାର ଦାସ, ଭରତ କୁମାର ସାହୁ, ସ୍ନେହାଞ୍ଜଲି ଦାସ, ଅସୀମା ରଥ, ନିରାକାର ଷଡଙ୍ଗୀ, ସୁକାନ୍ତ କର, ମିତା ଦାସ, କଳ୍ପନା ପ୍ରଧାନ, ମହେନ୍ଦ୍ର ସିଂହ, ଅରୁଣ କୁମାର ଦାସ, ସୌରୀ ସେଠୀ, ସେକ ସାମସୁଦିନ୍ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ସୁନୀଲ ସାଗର ଶତପଥୀ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ