କନ୍ଧମାଳ ସଂସଦୀୟ କ୍ଷେତ୍ର-ନାମାଙ୍କନପତ୍ର ପ୍ରତ୍ୟାହାର କଲେ ସ୍ବାଧୀନ ପ୍ରାର୍ଥୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଲୋକସଭା ଆସନ ସମେତ ଫୁଲବାଣୀ, ବାଲିଗୁଡା, ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ଲୋକସଭା ଆସନ ପାଇଁ ଜଣେ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ଜଣେ ଲେଖାଏଁ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିବା ଜଣାପଡିଛି। ସାଂସଦ ପ୍ରାର୍ଥୀ ସୁଶୀଳା ତ୍ରିପାଠୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ବେଳେ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ମଲ୍ଲିକ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସୂଚନାଯୋଗ୍ୟ ଯେ କନ୍ଧମାଳ ଲୋକସଭା ଆସନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ସ୍ବାଧୀନ ପ୍ରାର୍ଥୀ ଫିରୋଜ ଦିଗାଲଙ୍କ ପ୍ରାର୍ଥିପତ୍ର ଖାରଜ ହୋଇ ଯାଇଥିଲା। ସେହିଭଳି ଫୁଲବାଣୀ ବିଧାନସଭା ଆସନ ପାଇଁ କଳିଙ୍ଗ ସେନାର ପ୍ରାର୍ଥୀ ଅନନ୍ତ କହଁରଙ୍କ ନାମାଙ୍କନ ନାକଚ ହୋଇଥିଲା। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଲୋକସଭା ଆସନ ପାଇଁ ସମୁଦାୟ ୮ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିରୁ ଡ.ଅଚ୍ୟୁତାନନ୍ଦ ସାମନ୍ତ, ବିଜେପିରୁ ସୁକାନ୍ତ ପାଣିଗ୍ରାହୀ, କଂଗ୍ରେସରୁ ଅମୀରଚାନ୍ଦ ନାୟକ, ବିଏସପିରୁ ହରିବନ୍ଧୁ ବେହେରା, ମାନସ ଲୋକଶକ୍ତି ଦଳରୁ ଭାଗିରଥି ବଳିଆରସିଂ, ଜାତୀୟ ଜନ ଦଳରୁ ସୁଭାଷ ମହାପାତ୍ର, କଳିଙ୍ଗ ସେନା ପକ୍ଷରୁ ପର୍ଶୁରାମ ପ୍ରଧାନ । ସ୍ୱାଧୀନ ପ୍ରାର୍ଥୀ ଓ କନକ ମଞ୍ଜରୀ ରଥଙ୍କ ନାମାଙ୍କନ କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ତଥା କନ୍ଧମାଳ ଜିଲାପାଳ ଆଶୀଷ ଈଶ୍ବର ପାଟିଲ ସୂଚନା ଦେଇଛନ୍ତି। ସେହିଭଳି ଫୁଲବାଣୀ ବିଧାନସଭା ଆସନ ପାଇଁ ସମୁଦାୟ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କଳିଙ୍ଗ ସେନାର ଅନନ୍ତ କହଁରଙ୍କ ପ୍ରାର୍ଥିପତ୍ର ଖାରଜ ହୋଇ ଯାଇଥିଲା। ପ୍ରତ୍ୟାହାର ପ୍ରକ୍ରିୟା ଶେଷ ପରେ ବିଜେଡିରୁ ଜୟଶ୍ରୀ କହଁର,କଂଗ୍ରେସରୁ ପ୍ରତିଭା କହଁର, ବିଜେପିରୁ ଉମାଚରଣ ମଲ୍ଲିକ, ବିଏସପିରୁ ଦୀପାଞ୍ଜଳୀ କହଁର, ସମାଜବାଦୀ ପାର୍ଟିରୁ ଦେବେନ୍ଦ୍ର କହଁର ଓ ମାନସ ଲୋକଶକ୍ତି ଦଳରୁ ବିଶ୍ବମ୍ବର କହଁର, ସ୍ବାଧୀନ ପ୍ରାର୍ଥୀ ହିମାଂଶୁ କହଁର, ସୁଧାଂଶୁ କହଁର, ଟିକେଶ୍ବର କହଁର ଏବେ ନିର୍ବାଚନ ମୈଦାନରେ ରହିଥିବା ବିଷୟ ରିଟର୍ଣ୍ଣିଂ ଅଫିସର ତଥା ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ