ବନ ମହୋତ୍ସବ ପାଳିତ

ହାଟଡିହି (ଓ୍ବାଇଏନଏସ): ପରିବେଶ ସୁରକ୍ଷା, ସବୁଜ ପରିବେଶ ଗଠନ ଏବଂ ବୃକ୍ଷରୋପଣ ପ୍ରତି ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଇଞ୍ଚୋଳ ବିକାଶ ମଞ୍ଚ ଓ ନୂଆରମ୍ପାସ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଇଞ୍ଚୋଳ- ନୂଆରମ୍ପାସ ସଂଯୋଗୀକରଣ ରାସ୍ତାରେ ବନ ମହୋତ୍ସବ ଉତ୍ସାହ ଓ ଆନ୍ତରିକତାର ସହ ପାଳିତ ହୋଇଯାଇଛି।  କାର୍ଯ୍ୟକ୍ରମଟି ଯୁବ ଲେଖକ, ପତ୍ରକାର, ପ୍ରକୃତି ବନ୍ଧୁ ତଥା ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ଚନ୍ଦନ ପଣ୍ଡାଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା। ଏହି ଅବସରରେ ବଉଳ, ନିମ୍ବ, ବର, ଅଶ୍ୱତ୍ଥ,ପେସ୍ତା ସମେତ ବିଭିନ୍ନ ପ୍ରଜାତିର ଫଳଜ, ଔଷଧୀୟ ଓ ଛାୟାପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା। ବିଭିନ୍ନ ବର୍ଗର ବ୍ଯକ୍ତିତ୍ବ ଯଥା ନୃସିଂହ ଚରଣ ପଣ୍ଡା , ବିଶ୍ୱନାଥ ଜେନା , ଧନେଶ୍ୱର ରାଉତ ପ୍ରମୁଖ ଯୋଗଦାନ କରି କେବଳ ବୃକ୍ଷରୋପଣରେ ସୀମିତ ନ ରହି ରୋପିତ ଚାରାଗୁଡ଼ିକର ସୁରକ୍ଷା, ନିୟମିତ ପରିଚର୍ଯ୍ୟା ଓ ସଂରକ୍ଷଣ ପାଇଁ ଉପସ୍ଥିତ ସମସ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତେ ଜଳବାୟୁ ପରିବର୍ତ୍ତନ, ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ପରିବେଶ ପ୍ରଦୂଷଣ ଭଳି ବିଶ୍ୱବ୍ୟାପୀ ସମସ୍ୟାର ମୁକାବିଲା ପାଇଁ ବୃକ୍ଷରୋପଣ ହେଉଛି ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ। ତେଣୁ ପ୍ରତ୍ୟେକ ନାଗରିକ ବର୍ଷକୁ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ସୁରକ୍ଷା କରିବାକୁ ଆଗେଇ ଆସିବା ଉଚିତ ବୋଲି ଆଲୋଚନାର ନିଷ୍କର୍ଷ ହୋଇଥିଲା । ଯୁବ ଆଇନଜୀବୀ ଜ୍ୟୋତିର୍ମୟ ପଣ୍ଡାଙ୍କ ସଂଯୋଜନାରେ ଇଞ୍ଚୋଳ ବିକାଶ ମଞ୍ଚ ଓ ନୂଆରମ୍ପାସ ଯୁବକ ସଂଘର ସଦସ୍ୟ ଯଥା ଶାନ୍ତନୁ ଖୁଣ୍ଟିଆ ,ଗଣେଶ ରାଉତ ,ସୁଶାନ୍ତ କୁମାର ସନ୍ଧିବିଗ୍ରହ ,ଅଖିଳଜୀ ସାହୁ, ସୁଞ୍ଜୁଲତା ସାହୁ, କହ୍ନେଇ ଚରଣ ପରେଇ, ପ୍ରବୀର କୁମାର ନାୟକ, ପ୍ରିୟବ୍ରତ ଲେଙ୍କା, ଦୀପୁନ ପଣ୍ଡା, ସୁଶାନ୍ତ ଜେନା, ନାରାୟଣ ଦାସଙ୍କ ସମେତ  ବହୁ ଯୁବକ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ଗ୍ରାମବାସୀ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଶେଷରେ ଆୟୋଜକମାନେ କହିଥିଲେ ଯେ, କେବଳ ଗୋଟିଏ ଦିନର ବୃକ୍ଷରୋପଣ ନୁହେଁ, ବରଂ ବର୍ଷସାରା ବୃକ୍ଷର ସୁରକ୍ଷା ଓ ପରିବେଶ ସଂରକ୍ଷଣ ପାଇଁ ସମସ୍ତଙ୍କ ସହଭାଗିତା ହିଁ ବନ ମହୋତ୍ସବର ପ୍ରକୃତ ସାର୍ଥକତା। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ