ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୪ ପାଳିତ

ରାୟଗଡ, (ବିଶ୍ଵରାଜ ଛିଞ୍ଚାଣି):ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାୟଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି l ଜିଲ୍ଲାପ୍ରଶାସନ ତରଫରୁ ସ୍ଥାନୀୟ ଅମ୍ବାଗୁଡ଼l ଠାରେ ଅବସ୍ଥିତ ବିଜୁ ପଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଶ୍ରୀ ଗୌରୀ ଶଙ୍କର ମାଝୀ ମାନ୍ୟବର ନବରଙ୍ଗପୁର ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓ ଅଂଶଗ୍ରହଂକାରୀଙ୍କୁ ଶପଥ ପାଠ କରାଇଥିଲେ l ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହଜନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆରୋଖୀ ଅଧିକ୍ଷକ ଶ୍ରୀ ହରିଶ ବିସି, ଯୋଗ ଗୁରୁ ଦୀନେଶ ତାହାଙ୍କ ଆଦି ଯୋଗଦେଇ ଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ନିଜର ବକ୍ତବ୍ୟରେ କହିଲେ ଯେ ଯୋଗ ଆମର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର | ଯୋଗ ମନ ଏବଂ ଶରୀରର ଏକତା, ଚିନ୍ତା ଏବଂ କାର୍ଯ୍ୟର ଏକତାକୁ ଧାରଣ କରେ l ଯୋଗ ଏକ ସାମଗ୍ରିକ ଉପାୟ ଯାହା ଆମ ସ୍ୱାସ୍ଥ୍ୟ ଏବଂ ଆମର ମଙ୍ଗଳ ପାଇଁ ମୂଲ୍ୟବାନ ଅଟେ | ଯୋଗ କେବଳ ବ୍ୟାୟାମ ବିଷୟରେ ନୁହେଁ; ଏହା ଆତ୍ମ, ଜଗତ ଏବଂ ସହିତ ଏକତାର ଭାବନା ଆବିଷ୍କାର କରିବାର ଏକ ଉପାୟ |ଏହାର ମୁଖ୍ୟ ଉଦ୍ଦେଶ୍ୟଗୁଡିକ ହେଉଛି ଯୋଗ ରୋଗ ପ୍ରତିରୋଧ, ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ଅନେକ ଜୀବନ ଶୈଳୀ ସମ୍ବନ୍ଧୀୟ ବ୍ୟାଧି ପରିଚାଳନା ପାଇଁ ଜଣାଶୁଣା | ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଭାସ୍କର ଚନ୍ଦ୍ର ରଇତ, କ୍ରୀଡା ଅଧିକାରୀ ଶେଖ ଆଲେନୁର, ଅନ୍ୟାନ୍ୟ ଅଧିକାରୀ,ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସଦସ୍ୟ ସଦସ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷନୁଷ୍ଠାନର ଛାତ୍ର ଛାତ୍ରୀ, ଜନସାଧାରଣ, ସହିଦ ଲକ୍ଷଣ ନାୟକ ଯୁବକ ସଂଘର କର୍ମକର୍ତ୍ତା, କ୍ରୀଡ଼ାବିତ ମିଶି ପ୍ରାୟ ଏକ ହଜାର ଯୋଗ ଦେଇ ଯୋଗ କରିଥିଲେ l ସେହିପରି ରାୟଗଡ ସହରର ଅଧିଷ୍ଠାତ୍ରୀ ଦେଵୀ ମା ମଝିଘରିଆଣି ମନ୍ଦିର ପରିସରରେ ରାୟଗଡ ତହସିଲଦାର ଓ ସହକର୍ମୀ, ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପରେ ପୌର ପରିଷଦ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷ ପି ମହେଶ ପେଟଟନାୟକ, ପରିଷଦ ବର୍ଗ, ପୌର ନିର୍ବାହୀ ଓ ଜନସାଧାରଣ, ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡ଼ଃ ଅର୍ଚନା ପେଟଟନାୟକଙ୍କ ଅଧ୍ୟକ୍ଷତରେ ଛାତ୍ରୀ ଓ କର୍ମଚାରୀ, ସେହିପରି ସ୍ଥାନୀୟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷା ବବିଲତା ସରାଫଙ୍କ ଅଧ୍ୟାକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଟି ଉନ୍ନୟନ ଅଧିକାରୀ, ରାୟଗଡ, ଅମୁଲ୍ୟ ସାହୁ,ପୌର ଉପାଧ୍ୟକ୍ଷା ରାୟଗଡ, ମହାବିଦ୍ୟାଳୟର କର୍ମଚାରୀ, ଛାତ୍ର ଛାତ୍ରୀ ଯୋଗଦାନ କରି ଯୋଗ କରିଥିଲେ l ଏହା ବ୍ୟତୀତ ଜିଲ୍ଲାର ବିଭିନ୍ନ ବ୍ଲକ, ପୌରାଞ୍ଚଳ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ଯୋଗ କାର୍ଯ୍ୟକ୍ରମ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ