ଜିଏସଟି ସଂଗ୍ରହରେ ଆଗରେ ଓଡ଼ିଶା
ଭୁବନେଶ୍ୱର : ଅନ୍ୟ ରାଜ୍ୟ ତୁଳନାରେ ଜିଏସଟି ବୃଦ୍ଧି ହାରରେ ଓଡ଼ିଶା ଆଗରେ ରହିଛି । ରିପୋର୍ଟ ଅନୁସାରେ ଓଡ଼ିଶାରୁ ଜିଏସଟି ବାବଦରେ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ସଂଗ୍ରହ ହୋଇଛି ୮୬୮୩.୮୫ କୋଟି ଟଙ୍କା । ଗତ ବର୍ଷ ସଂଗ୍ରହ ହୋଇଥିଲା ୬୬୭୫.୮୩ କୋଟି ଟଙ୍କା । ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୩୦.୦୮ ପ୍ରତିଶତ ରହିଛି । ରାଜ୍ୟ ଜିଏସଟି ରାଜସ୍ୱ ପୂର୍ବବର୍ଷ ତୁଳନାରେ ୩୮ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ବର୍ଷ ଅକ୍ଟୋବରରେ ୮୩.୫% ଟିକସଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି ।