ମହିଳା ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ବର୍ଷର ଇତିହାସ ବିଭାଗୀୟ ଛାତ୍ରୀମାନଙ୍କ ଦ୍ଵାରା ଏକ ପାଠଚକ୍ରର ଆୟୋଜନ ହୋଇଥିଲା I ମହାବିଦ୍ୟାଳୟର ଅଧ୍ଯକ୍ଷା ଡ ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଉଦ୍ ଘାଟନ କରି ସେମିନାର୍ ର ଉଦ୍ଦେଶ୍ୟ ତଥା ଉପାଦେୟତା ସଂପର୍କରେ ବୁଝାଇଥିଲେ। ସେହିଭଳି ବିଭାଗୀୟ ମୁଖ୍ୟ ଡ ଭାରତୀ ପାଣିଗ୍ରାହୀ ଆୟୋଜିତ ନିବନ୍ଧ ନେପୋଲିୟନନଙ୍କ ସଂପର୍କରେ ଆଲୋକପାତ କରିବା ସହ ଛାତ୍ର ଜୀବନରେ ପାଠଚକ୍ରର ଆବଶ୍ୟକତା ସଂପର୍କରେ ବୁଝାଇ କହିଥିଲେ । ପ୍ରାରମ୍ଭିକ ସଂଗୀତ ଗାନ ପରେ ସୁଶ୍ରୀ ଅରଣ୍ୟା ଦାସ ଏବଂ କବିତା ମଣ୍ଡଳ ନେପୋଲିୟନଙ୍କ ଶାସନ ସଂସ୍କାର ସଂପର୍କୀୟ ନିବନ୍ଧଟି ପାଠ କରିଥିଲେ I ଶେଷରେ ଧନ୍ୟବାଦ ସହ ସଭାକାର୍ଯ୍ୟ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଏବଂ ତୃତୀୟ ବର୍ଷ ଛାତ୍ରୀମାନେ ଯୋଗ ଦେଇଥିବା ବେଳ ସୁଶ୍ରୀ ମଧୁସ୍ମିତା ପ୍ରଧାନ, ରଶ୍ମି ବାରିକ, ଅଶ୍ଵିନୀ, ପୂର୍ଣବାସୀ, ଲୟମି, ରୁନୁ ରଇତ ଓ ଶୁଷିଳା ଶବର ପ୍ରଭୃତି ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ