ବାଲିଗୁଡା ସଫେଇ କର୍ମଚାରୀଙ୍କୁ ଆକ୍ରମଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଏନଏସିର ଜଣେ ସଫେଇ କର୍ମଚାରୀଙ୍କୁ ଜଳଖିଆ ଦୋକାନୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ବାଲିଗୁଡା ଥାନାରେ ।ସୁଚନା ପ୍ରକାରେ ଜଣେ ସଫେଇ କର୍ମଚାରୀ ଆକାଶ ନାୟକ ବାଲିଗୁଡା ମେଡିକାଲ ସମ୍ମୁଖରେ ଥିବା ଜଳଖିଆ ଦୋକାନର ମାଲିକ ପ୍ରଶନ ସାବତଙ୍କୁ କହିଥିଲେ ଯେ ଜଳଖିଆ ପତ୍ର ଗୁଡାକ ଡଷ୍ଟପିନରେ ନପକାଇ ବାହାରେ ପକାଉଛୁ କହି ବାରଣ କରିଥିବାରୁ ତାଙ୍କ ଉପରେ ଗରମ ତେଲ ପକାଇଦେଇଥିଲେ ଯାହାଫଳରେ ତାଙ୍କ ହାତ ଓ ବେକରେ ତେଲଛିଟାପଡିଥିଲା ଏହାପରେ ସଫେଇ କର୍ମଚାରୀ ଜଣଙ୍କ ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ପ୍ରାଥମିକ ଚିକିତ୍ସା କରାଇଛନ୍ତି । ଏହାପରେ ସମସ୍ତ ସଫେଇ କର୍ମଚାରୀ ମାନେ ଏକତ୍ରିତ ହୋଇ ଥାନାକୁ ଯାଇ ଆମକୁ ଆକର୍ଷମୁଳକଭାବେ ଆକ୍ରମଣ କରିବା ନିନ୍ଦନୀୟ ଆମକୁ ସୁରକ୍ଷା ଦିଆଯାଉ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି କହିଥିଲେ ,ଏହାପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳଙ୍କୁ ଘଟଣା ସମ୍ବନ୍ଧରେ କହିଥିଲେ ଉପଜିଲ୍ଲାପାଳ ଡା ରୀନା ପ୍ରଧାନ ସଫେଇ କର୍ମଚାରୀ ମାନଙ୍କୁ ବୁଝାଇବା ସହ ଜଳଖିଆ ଦୋକାନୀଙ୍କୁ ମଧ୍ୟ ବୁଝାଇଥିଲେ ଆଗକୁ ଯେପରି ଏମିତି ନହେବ କହି ବୁଝାଇବା ପରେ ସଫେଇ କର୍ମଚାରୀ ମାନେ କାମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ