ପୂର୍ବତନ ସାସଂଦ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ସୁରେନ୍ଦ୍ର ନାଥ ଦ୍ୱିବେଦୀ ସ୍ମୃତି କମିଟି ଆନୁକୁଲ୍ୟରେ ରବିବାର ପୂର୍ବାହ୍ନରେ କଜଳା ମୈାଜାର କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ସମ୍ମୁଖରେ ପୂର୍ବତନ ସାସଂଦ ସୁରେନ୍ଦ୍ର ନାଥଦ୍ୱିବେଦୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ଉଦଘାଟକ ଭାବେ ଯୋଗଦେଇ ସୁରେନ୍ଦ୍ର ନାଥଦ୍ୱିବେଦୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ । ଏହି ଉପଲକ୍ଷେ ଅର୍ବାନ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ଏକ ସଭା ସ୍ମୃତି କମିଟିର କାର୍ଯ୍ୟକାରି ସଭାପତି ସୁଶିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା ଯୋଗଦେଇ ସୂର୍ଗତ ଦ୍ୱିବେଦୀ ସାରା ଭାରତବର୍ଷରେ ଜଣେ ରାଷ୍ଟ୍ରନେତା ଭାବେ ପରିଚିତ ଥିଲେ । ତାଙ୍କର ପ୍ରତିମୂର୍ତ୍ତି ଆଜି ଏଠାରେ ଉନ୍ମୋଚନ ହୋଇଛି ତାହା ଅତି ଆନନ୍ଦର କଥା । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ରାଷ୍ଟ୍ର୍ରନେତା ସୂର୍ଗତ ଦ୍ୱିବେଦୀଙ୍କ କର୍ମସ୍ଥଳୀରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏଥି ନିମନ୍ତେ ପୂର୍ବତନ ମନ୍ତ୍ରୀ ସୂର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରମୁଖ ଭୂମିକା ଥିଲା । ସୂର୍ଗତ ମହାନ୍ତି ସୁରେନ୍ଦ୍ର ଦ୍ୱିବେଦୀଙ୍କ ସହ ଜଡିତ ରହି କେନ୍ଦ୍ରାପଡାରେ ସାମାଜିକ ଓ ସମାଜବାଦ ଆନ୍ଦୋଳନର ମୂଳଦୁଆ ପକାଇଥିଲେ । ଉଭୟ ନେତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ଏକାଠି ହୋଇ ପ୍ରୟାସ କରିବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଅତିଥି ଭାବେ କେନ୍ଦ୬ାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଜିଲ୍ଲା ସ୍ୱାଧୀନତା ସଂଗ୍ରାମ ସମିତି ସଭାପତି ନକୁଳ ଚରଣ ଦାସ,ସଂଗ୍ରାମୀ ବିମ୍ବାଧର ମୁଦୁଲି,ଗୋପାଳ ଚରଣ ମାହାଲିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ମୃତି କମିଟି ସମ୍ପାଦକ ଗୋପାଳକୃଷ୍ଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅର୍ବାନବ୍ୟାଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା,ବିଧାୟକ ଶ୍ରୀ ବେହେରା ଓ ପ୍ରତିମୂର୍ତ୍ତ ଗଢିବାରେ ପ୍ରମୁଖ ଭୂମିକା ନେଇଥିବା ରବିନ୍ଦ୍ର ପ୍ରସାଦ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ, ଭଜକୃଷ୍ଣ ରାଉତ, ଦେବଦାସ ମହାନ୍ତି, ଧିରେନ ସାହୁ, ରାଜେଶ ପଣ୍ଡା, ଫକିର ଚରଣ ଖଟୁଆ, ମୁକ୍ତାର ଖାଁ, ମହେନ୍ଦ୍ର ପରିଡା, ସର୍ବେଶ୍ୱର ସେଠୀ,ବ୍ୟାଙ୍କ ଅଧିକାରୀ ମନ୍ମଥନାଥ ରାଉତ, ବସନ୍ତ ସେଠୀ, ଶରତ ବେହୁରା, ପ୍ରଦୀପ୍ତ ମହାନ୍ତି, ଶକ୍ତିକାନ୍ତ ପାତ୍ର, ଗଦାଧର ମଲ୍ଲିକ, ମହେନ୍ଦ୍ର ମିଶ୍ର, ପ୍ରଶାନ୍ତ କୁମାର ମିଶ୍ର, ଭାଗବତପୁର ପଂଚାୟତର ପୂର୍ବତନ ସରପଂଚ ଅପର୍ଣ୍ଣା ମିଶ୍ର, ହୃଦାନନ୍ଦ ଲେଙ୍କା, ରବିନ୍ଦ୍ର ପ୍ରସାଦ ଜେନା,ସାମ୍ବାଦିକ ସଚ୍ଚିକାନ୍ତ ନାଥ,ଜୀବନ କୁମାର ସିଂ,ନାରାୟଣ ସାହୁ, ଜରିପଡା କସ୍ତୁରବା ମହିଳା ସମିତିର ସଭାପତି ପୁଷ୍ପଲତା ଦାସ, ସମ୍ପାଦିକା ଉର୍ମିଳା ମନ୍ତ୍ରୀ,ସୁଜାତା ଦାସଙ୍କ ସମେତ ଶତାଧିକ ଲୋକ ଯୋଗଦେଇଥିଲେ ।


