ଜାତୀୟ ପତାକାକୁ ଅସମ୍ମାନ କଲେ ସରପଞ୍ଚ

ଛଇତନା ଗ୍ରାମ ପଞ୍ଚାୟତରେ ଓଲଟା ଉଡ଼ିଲା ତ୍ରିରଙ୍ଗା
ନିମାପଡ଼ା,(ସନ୍ତୋଷ ଦାଶ):ଗୁରୁବାର ଦିନ ଦେଶବାସୀ ବେଶ ଧୁମ୍ ଧାମରେ ୭୮ ତମ ସ୍ବାଧିନତା ଦିବସ ପାଳନ କରିଥିବା ବେଳେ ବିଭିନ୍ନ ସ୍କୁଲ୍ , କଲେଜର ଛାତ୍ରଛାତ୍ରୀ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ମଧ୍ଯ ପାଳନ କରାଯାଇଥିଲା। ଗୋପ ବ୍ଲକ ଛଇତନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମାତ୍ର ଜାତୀୟ ପତାକା ଓଲଟା ବନ୍ଧା ଯାଇଥିବାରୁ ସବୁଜ ରଙ୍ଗ ଉପରକୁ ଥାଇ ଜାତୀୟ ପତାକା ଦିନ ସାରା ଉଡ଼ିଥିଲା। ଏହି ତ୍ରୁଟି କିପରି କାହାରି ନଜରକୁ ଆସି ନ ଥିଲା ତାହାହିଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ସରପଞ୍ଚ ନିଜେ ତାଙ୍କ ସୋସିଆଲ ମିଡ଼ିଆରେ ଏହି ଓଲଟା ଉଡ଼ିଥିବା ଜାତୀୟ ପତାକାକୁ ପୋଷ୍ଟ କରିଥିଲେ। ଜାତୀୟ ପତାକାକୁ ଅସମ୍ମାନ କରିଥିବା ଉକ୍ତ ସରପଞ୍ଚଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ