ଅଜୟ-ଦୀପିକା ମୁହାଁମୁହିଁ
ମୁମ୍ବାଇ : ଏକାଦିନରେ ଅଜୟ ଦେବଗନ ଓ ଦୀପିକା ପାଦୁକୋନ ମୁହାଁମୁହିଁ ହେବେ । ଜିତାପଟ କାହାର ହେବ ସେ କଥା ପରେ ଜଣାପଡ଼ିବ । କଥା ହେଉଛି ଦୁହିଁଙ୍କ ଫିଲ୍ମ ଗୋଟିଏ ଦିନରେ ମୁକ୍ତି ଲାଭ କରୁଛି । ଅଜୟ ଦେବଗନଙ୍କ “ତାନାଜି: ଦି ଅନସଙ୍ଗ ହିରୋ” ଏବଂ ଦୀପିକାଙ୍କ ଫିଲ୍ମ ‘ଛପାକ’ ଆସନ୍ତା ଜାନୁଆରୀ ୧୦ ରେ ହଲକୁ ଆସୁଛି । ‘ତାନାଜିରେ’ ରିୟଲ ଲାଇପ କପଲ ଅଜୟ ଦେବଗନ ଓ କାଜୋଲଙ୍କୁ ରିଲ ଲାଇଫ କପଲ ଭାବେ ଚିତ୍ରଣ କରାଯାଇଛି । ଫିଲ୍ମ ସମୀକ୍ଷକମାନେ ଏବେଠାରୁ କହିବା ଆରମ୍ଭ କରିଦେଲେଣି ପିରିଅଡିକ୍ ଡ୍ରାମା ହେଲେ ବି ‘ତାନାଜି’ ପାୱାର ପ୍ୟାକ୍ଡ । ସେହିଭଳି ଦୀପିକାଙ୍କ ଫିଲ୍ମ ଛପାକ ଏସିଡ ଆକ୍ରାନ୍ତ ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନକୁ ନେଇ ତିଆରି ହୋଇଛି । ଏହି ଫିଲ୍ମଟି ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ । ସେତିକିରେ କଥା ସରିନି । ଠିକ୍ ସେହି ଦିନ ମୁକ୍ତିଲାଭ କରିବାକୁ ଯାଉଛି ସାଉଥ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର’ । ଦର୍ଶକମାନେ କାହାର ସାଥ୍ ଦେବେ ଆଉ କାହାର ହାତ ଛାଡ଼ିବେ ସେକଥା ଆଗାମୀ ସମୟ କହିବ ।


