ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ସଂପ୍ରସାରଣ ଯୋଜନା ପାଇଁ ଡ୍ରେଜରର ଡେଲିଭରି ହାସଲ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜେଏସଡବ୍ଲୁ ଗ୍ରୁପର ଅଂଶ ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ ହେଉଛି ଦେଶର ଦ୍ୱିତୀୟ ବୃହତମ ଘରୋଇ ବାଣିଜ୍ୟିକ ବନ୍ଦର ଅପରେଟର । ନିଜର ସଂପ୍ରସାରଣ ଯୋଜନାକୁ ସହଯୋଗ ପ୍ରଦାନ କରିବା ଲାଗି କମ୍ପାନି ପକ୍ଷରୁ ନେଦରଲ୍ୟାଣ୍ଡସର କମ୍ପାନି ଆଇଡିସି ଡ୍ରେଜିଂଠାରୁ ଅତ୍ୟାଧୁନିକ ଡ୍ରେଜରର ଡେଲିଭରି ହାସଲ କରିଛି ।୨୦୨୯-୩୦ ଆର୍ôଥକ ବର୍ଷସୁଦ୍ଧା କମ୍ପାନି ଏହାର କ୍ଷମତାକୁ ବର୍ତମାନର ବାର୍ଷିକ ୧୭୦ ନିୟୁତ ଟନ (ଏମଟିପିଏ)ରୁ ବଢ଼ାଇ ୪୦୦୦ ଏମଟିପିଏ କରିବାକୁ ଅଭିବୃଦ୍ଧି ଯୋଜନା ପ୍ରସ୍ତୁତ କରିଛି । ଦ୍ୱିତୀୟ ଡ୍ରେଜରରେ ନିବେଶ ସେହି ଯୋଜନା ସହିତ ସମନ୍ୱିତ ରହିଛି । ଏହି ନୂତନ ଡ୍ରେଜର କମ୍ପାନିର ସବିଭିନ୍ନ ବନ୍ଦରରେ ଚାଲିଥିବା ଉଭୟ ନୂତନ ଏବଂ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ସହାୟକ ହେବ ।