ଅଟୋମେଟିକ୍ ମଶା ପ୍ରତିରୋଧ ସ୍ପ୍ରେ ଡିଭାଇସ୍ “ହିଟ୍ ସ୍ପ୍ରେ ମାଟିକ୍”ର ଶୁଭାରମ୍ଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୋଦରେଜ କଞ୍ଜୁମର୍ ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍) ସ୍ମାର୍ଟ ହୋମ୍ ଗ୍ୟାଜେଟ୍ କ୍ଷେତ୍ରରେ ପ୍ରବେଶ କରିବା ସହ ବୈପ୍ଳବିକ ହିଟ୍ ସ୍ପ୍ରେ ମାଟିକ୍ର ଶୁଭାରମ୍ଭ କରିଛି । ଏହି ଉତ୍ପାଦ ଜିସିପିଏଲର ବ୍ୟାପକ ମଶା ନିରୋଧୀ ଉପକରଣରେ ସଦ୍ୟତମ ଉପଚାର ସଂଯୋଜନା । ଏହା ସମଗ୍ର ଭାରତରେ ପରିବାରଗୁଡ଼ିକୁ ସୁରକ୍ଷା ଦେବା ପାଇଁ କମ୍ପାନୀର ନିରନ୍ତର ପ୍ରୟାସକୁ ଆହୁରି ଫଳପ୍ରଦ କରିବ । ଗୋଦରେଜ ହିଟ୍ ସ୍ପ୍ରେ ମାଟିକ୍ ହେଉଛି ଭାରତର ଏକମାତ୍ର ସରକାରୀ ପଞ୍ଜୀକୃତ ସ୍ୱୟଂଚାଳିତ ମଶା ପ୍ରତିରୋଧ ସ୍ପ୍ରେ ଡିଭାଇସ୍ ଯାହା ମାରାତ୍ମକ ମଶାର ବିପଦକୁ ତୁରନ୍ତ ଦୂର କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହା ମଶା ନିୟନ୍ତ୍ରଣ ଏବଂ ନିରାକରଣରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଏହି ଅଭିନବ ଉତ୍ପାଦ କେବଳ ଆମାଜନରେ ଉପଲବ୍ଧ ।ମଶା ଏରୋସୋଲ ବର୍ଗରେ ହିଟ୍ ହେଉଛି ୫୭୦ କୋଟି ଟଙ୍କା ଆକଳନ କରାଯାଇଥିବା ବଜାରର ଅଗ୍ରଣୀ ଉପାଦାନ । ଯାହା ଏରୋସୋଲ ୭୪୦୦ କୋଟି ଟଙ୍କାର ଘରୋଇ କୀଟନାଶକ ବର୍ଗର ଏକ ଅଂଶ ଅଟେ, ଯେଉଁଥିରେ ତରଳ ଭାପୋରାଇଜର, ଧୂପକାଠି, କଏଲ୍ ଏବଂ କ୍ରିମ୍ ଭଳି ବିଭିନ୍ନ ଦ୍ରବଣ ଅନ୍ତର୍ଭୁକ୍ତ । ହିଟ୍ ସ୍ପ୍ରେ ମାଟିକ୍ର ଶୁଭାରମ୍ଭ କରି ଗୋଦରେଜ୍ ଏଚ୍ଆଇଟି ଉଭୟ ଏରୋସୋଲ ଏବଂ ପ୍ରଯୁକ୍ତିକୁ ମିଶାଇ ମଶାଠାରୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବାକୁ ଚେଷ୍ଟା କରିଛି । ହିଟ୍ ସ୍ପ୍ରେ ମାଟିକ୍ ଏକ ସ୍ୱୟଂଚାଳିତ ଦୈନିକ ଚକ୍ରରେ କାର୍ଯ୍ୟ କରେ, ପ୍ରତି ଦୁଇ ଘଂଟାରେ ଏକ ସ୍ପ୍ରେ ଛାଡ଼ି ଉତମ ନିରାପତା ସୁନିଶ୍ଚିତ କରୁଛି ।ଗୋଦରେଜ କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ (ଜିସିପିଏଲ୍)ର ମାର୍କେଟିଂ- ହୋମ୍ କେୟାର ମୁଖ୍ୟ ଶିଳ୍ପା ସୁରେଶ କହିଛନ୍ତି ଯେ, “ଜିସିପିଏଲରେ ମଶା ନିୟନ୍ତ୍ରଣ ପାଇଁ ପ୍ରଭାବଶାଳୀ ଏବଂ ସୁରକ୍ଷିତ ସମାଧାନ ପାଇଁ ଆମର ପ୍ରତିବଦ୍ଧତା ସର୍ବଦା ରହିଛି । ଏହି କ୍ରମରେ ହିଟ୍ ସ୍ପ୍ରେ ମାଟିକ୍ ସହିତ ଆମେ ଭାରତର ଏକମାତ୍ର ସରକାରୀ ପଞ୍ଜୀକୃତ ସ୍ୱୟଂଚାଳିତ ମଶା ସ୍ପ୍ରେ ଡିଭାଇସ୍ ଆରମ୍ଭ କରୁଛୁ ଯାହା ଭାରତୀୟ ପରିବାରରେ ମଶା ଦାଉରୁ ସୁରକ୍ଷାକୁ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଯେଉଁମାନେ ମଶା ଦାଉରୁ ସୁରକ୍ଷା ଚାହୁଁଛନ୍ତି ସେମାନଙ୍କ ପାଇଁ ହିଟ୍ ସ୍ପ୍ରେ ମାଟିକ୍ ଏକ ଜ୍ଞାନକୌଶଳ-ସର୍ତ୍ମଥତ ସମାଧାନ ଭାବରେ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି । ଆମାଜନରେ ଆମର ସ୍ୱତନ୍ତ୍ର ଶୁଭାରମ୍ଭ ଗ୍ରାହାକମାନଙ୍କ ପ୍ରାରମ୍ଭିକ ପ୍ରତିକ୍ରିୟା ଅତ୍ୟନ୍ତ ସକାରାତ୍ମକ ରହିଛି । ଏହା ଆମର ବିଶ୍ୱାସକୁ ଦୃଢ଼ କରିଛି ଯେ ହିଟ୍ ସ୍ପ୍ରେ ମାଟିକ୍ ସମଗ୍ର ଦେଶରେ ଏକ ଘରୋଇ ଅତ୍ୟାବଶ୍ୟକ ହେବ ।”ହିଟ୍ ସ୍ପ୍ରେ ମାଟିକ୍ ଏକ ସ୍ୱୟଂଚାଳିତ ଦୈନିକ ଚକ୍ରରେ କାର୍ଯ୍ୟ କରେ । ଛଅ ଘଂଟା ପର୍ଯ୍ୟନ୍ତ ପ୍ରତି ଦୁଇ ଘଂଟାରେ ଏକ ସ୍ପ୍ରେ ଛାଡିଥାଏ ଏବଂ ଏହା ପରେ ସ୍ୱତଃସ୍ପୃତ ଭାବରେ ଏହାର ଶକ୍ତି ହ୍ରାସ ପାଇଥାଏ । ବିନା ହସ୍ତକ୍ଷେପରେ ନିରନ୍ତର ସୁରକ୍ଷା ସୁନିଶ୍ଚିତ କରି ଏହି ଚକ୍ର ୨୪ ଘଂଟା ପରେ ପୁନଃ ଆରମ୍ଭ ହୋଇଥ୍ାଏ । ଖୋଲା କବାଟ ଓ ଝରକା ସହ ମଧ୍ୟ ୧୨ ଘଂଟିଆ ନିରବଚ୍ଛିନ୍ନ ସୁରକ୍ଷା ପ୍ରଦାନ କରୁଥିବା ହିଟ୍ ସ୍ପ୍ରେ ମାଟିକ୍ ଆପଣଙ୍କ ଘର ପାଇଁ ଏକ ସୁରକ୍ଷିତ, ମଶାମୁକ୍ତ ପରିବେଶ ସୁନିଶ୍ଚିତ କରିବ । ପ୍ରତ୍ୟେକ ରିଫିଲ୍ ଦୁଇ ମାସ ପର୍ଯ୍ୟନ୍ତ ରହିବ ଏବଂ ଏକ ସାମାନ୍ୟ, ଆନନ୍ଦଦାୟକ ସୁଗନ୍ଧ ନିର୍ଗତ କରିବ । ହିଟ୍ ସ୍ପ୍ରେ ମ୍ୟାଟିକ୍କୁ ସହଜରେ କାନ୍ଥରେ ଭୂତଳ ସ୍ତରରୁ ୬ ଫୁଟ ୍ ଉଚ୍ଚରେ ଲଗାଯାଇପାରିବ । ଏହା ଦ୍ୱାରା ଡେଙ୍ଗୁ, ଜିକା ଏବଂ ଚିକୁନଗୁନିଆ ଭଳି ମଶାବାହିତ ରୋଗରୁ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖାଯାଇପାରିବ ଏବଂ ବର୍ତମାନ ଏହାର ମୂଲ୍ୟ ୬୫୦ ଟଙ୍କା ରହିଛି ।