ପ୍ରମିଳା ରାଉତଙ୍କ ଦ୍ୱାଦଶାହରେ ସ୍ମୃତିିସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୂର୍ବତନ କେନ୍ଦ୍ରାପଡ଼ା ବିଧାୟକ ସ୍ୱର୍ଗତ ଇନ୍ଦ୍ରମଣୀ ରାଉତଙ୍କ ଧର୍ମପତ୍ନୀ ପ୍ରମିଳା ରାଉତଙ୍କ ଏକାଦଶାହ ଅବସରରେ ରବିବାର ତାଙ୍କ ହଜାରିବଗିଚାସ୍ଥିତ ବାସଭବନରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଡ. ବିଶ୍ୱରଞ୍ଜନ ମହାନ୍ତି, ସ୍ମୃତିରଞ୍ଜନ ଲେଙ୍କା, ନିରଞ୍ଜନ ସ୍ୱାଇଁ, ଲଲାଟେନ୍ଦୁ ମହାପାତ୍ର, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡ. ସିପ୍ରା ମଲ୍ଲିକ, ଚିନ୍ମୟ ବେହୁରା, ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ ବିଭାଗ ସାଧାରଣ ସମ୍ପାଦକ ସୟଦ ଅବଦୁଲ ସତ୍ତାର, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ଭୁବନମୋହନ ଜେନା, ଇଂ ଜ୍ଞାନଦେବ ବେହୁରା, ବୈଦ୍ୟନାଥ ଚାଟାର୍ଜୀ, ପୈାରାଧ୍ୟକ୍ଷା ସରିତା ସାହୁ, ରାଜେଶ ପଣ୍ଡା, ସମୀର କୁମାର ଚାନ୍ଦ, ରଞ୍ଜିତ ସାହୁ, ସୈାମେନ୍ଦ୍ର କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ସ୍ୱର୍ଗତା ରାଉତଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଗିରଥୀ ଜେନା, ନଳିନିବିହାରୀ ମହାନ୍ତି, ଜ୍ଞାନରଞ୍ଜନ ମହାନ୍ତି, ଜୟନ୍ତ ମହାନ୍ତି, ବିଭ୍ରାଂଶୁ ଶେଖର ଲେଙ୍କା, ଅଶୋକ ପ୍ରତିହାରୀ, ରମାକାନ୍ତ ଦାସ, ବିଧୁଭୂଷଣ ମହାପାତ୍ର, ପ୍ରଫୁଲ୍ଲ କୁମାର ଦାସ, ଉମାଶଙ୍କର ଜେନା, କମଳାକାନ୍ତ ବେହେରା, ମୀର ମୁର୍ଶିଦ୍ଦ ପ୍ରମୁଖ ବହୁ କଂଗ୍ରେସ, ବିଜେଡି ଓ ବିଜେପି ଦଳର ଶତାଧିକ ନେତାଙ୍କ ସମେତ ବହୁ ସରକାରୀ ଅଧିକାରୀମାନେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ